ନୁଆପଡା:-(ବିରବଲ ପ୍ରଧାନ) ନୂଆପଡ଼ା ଜିଲା ଖଡ଼ିଆଳ ଥାନା ସମ୍ମୁଖରେ ଦୁର୍ଘଟଣାରେ ମୃତୁବରଣ କରିଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ରଖି ଲୋକେ ରବିବାର ଧାରଣା ଦେଇଥିଲେ । ପରିବାରକୁ କ୍ଷତିପୂରଣ ଦାବି କରିଥିଲେ। ସୂଚନା ଯୋଗ୍ୟ ଯେ ଖଡ଼ିଆଳର ବୋଡ଼େନ ଛକଠାରେ ଗତ ୧୮ତାରିଖରେ ମୋଟର ସାଇକେଲ ଦୁର୍ଘଟଣାରେ ମୁକ୍ତାପୁର ଗ୍ରାମର ବଲ୍ଲଭ ହଂସ (୬୦) ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଥିବାବେଳେ ଅଧିକ ଗୁରୁତର ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ହେଲେ ଶନିବାର ରାତି ୮ଟାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ରବିବାର ଅପରାହ୍ନରେ ଖଡ଼ିଆଳରେ ମୃତଦେହ ପହଞ୍ଚିବା ପରେ ପରିବାରକୁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଥିଲା। ମୃତକଙ୍କ ପରିବାର ଲୋକ ଓ ଗ୍ରାମବାସୀ ଖଡ଼ିଆଳ ଥାନା ସମ୍ମୁଖରେ ଦୁଇ ଘଣ୍ଟାରୁ ଅଧିକ ସମୟ ମୃତଦେହ ରଖି ସହାୟତା ଦାବି କରିଥିଲେ। ଖଡ଼ିଆଳ ତହସିଲଦାର ନରସିଂ ଗଡ଼ବା, ଖଡ଼ିଆଳ ନଗରପାଳ ଉଜ୍ଜ୍ଵଳ ଗୁପ୍ତା, ଖଡ଼ିଆଳ ଥାନା ଅଧିକାରୀ ପ୍ରଦୀପ କୁମାର ଧରୁଆ ପହଞ୍ଚୁଥିଲେ। ରେଡ଼କ୍ରସ ପାଣ୍ଠିରୁ ଦଶ ହଜାର ଟଙ୍କା ଓ ହରିଶ୍ଚନ୍ଦ୍ର ଯୋଜନାରୁ ତିନି ହଜାର ଟଙ୍କା ଯୋଗାଇ ଦେବା ସହିତ ଦୁର୍ଘଟଣାରେ ମୃତକ ପରିବାରକୁ ସରକାରୀ ନିୟମ ଅନୁଯାୟୀ ସହାୟତା ଯୋଗାଇ ଦିଆଯିବ ବୋଲି ତହସିଲଦାର ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା।

Post a Comment