ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ


ନୂଆପଡ଼ା (ପରମେଶ୍ୱର ମେହେର) ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ଡାବାହାଲି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ଜ୍ଞାନ ବିଜ୍ଞନମେଳା ବିଦ୍ୟାଳୟପ୍ରାଙ୍ଗଣ ରେ ଆଜି ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଭଗବାନ ଚଲାନ ଅତିଥି ପରିଚୟ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟପରିଚାଳନ କମିଟି ର ସଭାପତି ତ୍ରିନାଥ ମେହେର, ଯୁଗ୍ମ ସଂପାଦକ ଜଗଦିଶ ନାଗ ଉପସ୍ଥିତ ହୋଇଥିଲେ । ମୁଖ୍ୟ ଅଥିତିଭାବରେ ଗଣ୍ଡାବାହାଲି ପଞ୍ଚାୟତ ହାଇସ୍କୁଲ୍ ର ବିଜ୍ଞାନ ଶିକ୍ଷକ ଲିଙ୍ଗ ରାଜ ସା ,ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ଜ୍ଞାନ ବିଜ୍ଞାନ ବିଷୟ ରେ ଉତ୍ସାହିତ କରି ଥିଲେ । ଛାତ୍ର ଛାତ୍ରୀ ମାନେ ମୋଟ ୮୦ ଟି ପ୍ରକଳ୍ପ ପ୍ରସ୍ତୁତି କରି ଉପସ୍ଥାପନ କରିଥିଲେ । ବର୍ଷା ଜଳ ସଂରକ୍ଷଣ, ପ୍ରାକୃତିକ ପରିବେଶ ଦୃଶ୍ୟ, ଜଙ୍ଗଲ ର ନମୁନା,ସଜୀବ ନିର୍ଜୀବବିଷୟ ରେ ଓ ବିଭିନ୍ନ ପ୍ରକାର ପ୍ରକଳ୍ପ ଆଣିଥିଲେ । ବିଦ୍ୟାଳୟ ର ଆଚାର୍ଯ୍ୟ ଭକ୍ତ ରାମ ବାଗ, ଦୁଷ୍ମନ୍ତ ମେହେର, ମେଘବାନ ଭୋଇ, ଦୌଲତ ମେହେର , ୟୁଧିଷ୍ଟି ମେହେର , ମୁରଲୀ ମେହେର, ତରୁଣ ବୈଠାରୁ, ଚମାର ଦାସ, ଆଚାର୍ଯ୍ୟ ତନୟା ମେହେର, ତରୁଣୀ ମେହେର, ଅଞ୍ଜଳି ନାଗ, ରଶ୍ମିତା ମାଝୀ, ନନ୍ଦିତା ମେହେର,ରୋହନି ମେହେର, ସସ୍ମିତା ମେହେର, ଓ ସେବକ ପୁସ୍ତମ୍ ମେହେର ସେବିକା ରାଉତ ଉପସ୍ଥିତ ଥିଲେ ।

Post a Comment

Previous Post Next Post