ନୁଆପଡ଼ା/କୋମନା:-( ସଂଗ୍ରାମ)ନୁଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଚେରେଚୁଆଁରୁ ଗଡ଼ଗଡ଼ା ମଝିରେ କୋମନା ବନ ବିଭାଗ ଓ ବନ୍ୟପ୍ରାଣୀ ବିଭାଗ ମିଳିତ ଚଢ଼ଉ କରିଛନ୍ତି। ଏହି ଚଢ଼ଉରେ ବିଭାଗୀୟ ଅଧିକାରୀମାନେ ଏକ ପିକ୍ଅପ୍ ଭ୍ୟାନ ସହ ଲକ୍ଷାଧିକ ମୂଲ୍ୟର ଶାଗୁଆନ କାଠ ଜବତ କରିବା ସହ ୩ଜଣ ଅଭିଯୁକ୍ତ କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଖଡ଼ିଆଳ ଥାନା ବିଛାନାପାଲି ଗାଁର ଲକ୍ଷ୍ମଣ ବିଶି, ଜଗଧାନ ଝାଙ୍କର, ଖୋଲିଭିତର ଗାଁ ସୁମନ୍ତ ମାଝି । ସୁନାବେଡ଼ା ଅଭୟାରଣ୍ୟରେ ଦିନକୁ ଦିନ କାଠଚୋରି ବଢ଼ିବାରେ ଲାଗିଛି। ଚେରେଚୁଆଁ ନିକଟ ଜଙ୍ଗଲରେ ମାଫିଆମାନେ ମୂଲ୍ୟବାନ ଶାଗୁଆ ଗୁଆନ କାଠ କାଟି ଖଡ଼ିଆଳ ଅଞ୍ଚଳକୁ ଚାଲାଣ କରୁଛନ୍ତି । ସେଭଳି ଗତ ରାତିରେ ଓ ଭୋର ସକାଳୁ ଖଡ଼ିଆଳ ଅଞ୍ଚଳର କାଠ ବ୍ୟବସାୟୀମାନେ ଚାରି ଚକିଆ ଗାଡ଼ିରେ ଶାଗୁଆନ କାଠ ନେଉଥିଲେ। ଏନେଇ କୋମନା ବନବିଭାଗ ଓ ବନ୍ୟପ୍ରାଣୀ ବିଭାଗ ଖବର ପାଇଥିଲା। ଗତକାଲି ରାତିରେ କୋମନା ବନ୍ୟପ୍ରାଣୀ ବିଭାଗ ଏସିଏଫ ସଞ୍ଜୀବ ବନଗୋଲା ଓ କୋମନା ଟେରିଟୋରିଆଲ ରେଞ୍ଜର ଦେବଦତ୍ତ ସୁତାରଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ ଚେରେଚୁଆ ଗାଁ ନିକଟରେ ଚଢ଼ଉ କରିଥିଲା । ଆଜି ମାଫିଆମାନେ ଭୋର ସକାଳୁ ଏକ ପିକ୍ଅପ ଭ୍ୟାନ(ଓଡି ୨୬ ଏ ୨୭୦୪)ରେ ଶାଗୁଆନ କାଠଗଣ୍ଡି ତଳି ଅଞ୍ଚଳକୁ ଆସୁଥିଲେ। ଚେରେଚୁଆଁରୁ ଗଡ଼ଗଡା ରାସ୍ତାରେ ପିକ୍ଅପ ଭ୍ୟାନ ସହ କାଠକୁ ବନ ବିଭାଗ ଜବତ କରିଥିଲା । ବେଆଇନ କାଠ ଚୋରାଚାଲାଣ ଅଭିଯୋଗରେ ଲକ୍ଷ୍ମଣ, ଜଗଧ୍ୟାନ ଓ ସୁମନ୍ତକୁ ବନବିଭାଗ ଗିରଫ କରିଥିଲା । ସକାଳେ କୋମନା ରେଞ୍ଜ ଅଫିସକୁ ପିକ୍ଅପ ସହ କାଠ ଓ କାଠ ବ୍ୟବସାୟୀଙ୍କୁ ନେଇ ପଚରା ଉଚୁରା କରିଥିଲେ। ଏଥିରେ ୧୩ଟି ସାଗୁଆନ କାଠଗଣ୍ଡି ରହିଛି। ଏହାର ଆନୁମାନିକ ବଜାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ବନବିଭାଗ ଅନୁମାନ କରିଛି। ଆସନ୍ତା କାଲି କାଠ ବ୍ୟବସାୟୀମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Post a Comment