ଜିଲ୍ଲା ପରିଷଦ ସଦସ୍ୟ ଓ ବିଧାୟକଙ୍କ ମଧ୍ୟରେ ଯୁକ୍ତି ତର୍କ ରେ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ


ନୂଆପଡ଼ା ସଦଭାବନା ସଭା ଗୃହରେ ଜିଲ୍ଲାପାଳ ହେମକାନ୍ତ ସାଏ ଙ୍କ ସଭାପତିତ୍ବ ରେ ଷଷ୍ଠ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ,ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଦୀପିକା ଦୀପ,ସମସ୍ତ ଜିଲ୍ଲାପରିଷଦ ସଦସ୍ୟ,ସମସ୍ତ ବିଡିଓ ,ସମସ୍ତ ବ୍ଲକ୍ ଅଧ୍ୟକ୍ଷ ଏବଂ ସମସ୍ତ ବିଭାଗ ର ଅଧିକାରୀ ଙ୍କ ଉପସ୍ଥିତ ରହିଥିଲେ । ଜିଲ୍ଲା ରେ କିଭଳି ଭାବରେ ଉନ୍ନୟନ ମୂଳକ କାର୍ଯ୍ୟ ହୋଇଛି ଏବଂ ଆଗକୁ ହେବ,ଲୋକେ କେତେ ସମସ୍ତ କାର୍ଯ୍ୟରେ ଉପକୃତ ହୋଇ ପାରିବେ ସେନେଇ ବୈଠକ ଆଲୋଚନା ହୋଇଥିଲା।ଏଥି ମଧ୍ୟ ରେ ପାନୀୟ ଜଳ ଉପରେ ଗୁରୁତ୍ଵ ଦେବା କୁ ଖଡ଼ିଆଳ ବିଧାୟକ ଅଧିରାଜ୍ ପାଣଗ୍ରାହୀ ବିଭାଗୀୟ ଅଧିକାରୀ ଙ୍କ ଉପରେ ବର୍ଷିବା ସହ କେତେ ଗାଁ ରେ ଲୋକେ ପାଣି ପାଉଛନ୍ତି ତାର ହିସାବ କିତାବ ଦେବା ବିଭାଗୀୟ ଅଧିକାରୀ ଙ୍କୁ କହିଥିଲେ ।ଅନ୍ୱେଷା ବିଦ୍ୟାଳୟ ରେ ପିଲା ମାନଙ୍କୁ ସରକାର ଙ୍କ ମେନୁ ଅନୁସାରେ ଆମିଷ ଖାଦ୍ୟ ଦେଉ ନାହାନ୍ତି ବୋଲି ଜିଲ୍ଲା ପରିଷଦ ସଦସ୍ୟ ଭାନୁପ୍ରତାପ ସିଂ ମାଝୀ ଅଭିଯୋଗ କରିଥିବା ବେଳେ ନୂଆପଡ଼ା ବିଧାୟକ ଙ୍କ ସହ ଯୁକ୍ତି ତର୍କ ହୋଇଥିବା ଦେଖିବାକୁ ମିଳିଥିଲା।ଏହି ବୈଠକ ରେ ଚତୁର୍ଥ ସ୍ତମ୍ବ ସାମ୍ବାଦିକ ମାନଙ୍କୁ ମଧ୍ୟ ଅଣଦେଖା କରାଯାଇଛି ।କିଭଳି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଭଲ ଭାବରେ ହେବ ସେ ନେଇ ଜନ ପ୍ରତିନିଧି ଓ ଅଧିକାରୀ ଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। 

ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ

Post a Comment

Previous Post Next Post