କୋମନା ଥାନା ବାରକୋଟ କୁ ଜାମିନ ବିହୀନ ପରୱାନା ଥିବା ୪ ଅଭିଯୁକ୍ତ ଙ୍କୁ ଗିରଫ କରିବାକୁ ଯାଇ ପୋଲିସଙ୍କୁ ଆକ୍ରମଣ, ୬ ଜଣ ଆହତ


ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ବାରକୋଟ ଗ୍ରାମକୁ ଗତ ରାତ୍ରୀରେ ଜାମିନ ବିହୀନ ପରୱାନା ଥିବା ୪ ଅଭିଯୁକ୍ତ ଙ୍କୁ ଗିରଫ କରିବାକୁ ଯାଇଥିବା ବେଳେ ଅଶୋକ ନାମକ ବ୍ୟକ୍ତିଙ୍କୁ ଗିରଫ କରିଥିଲେ। ପରିବାର ପକ୍ଷ ରୁ ପୋଲିସଙ୍କୁ ଆକ୍ରମଣ କରି ଭଙ୍ଗାରୁଜା କରିଥିଲେ। ଗତ ରାତ୍ରୀରେ ବାରକୋଟ ଗ୍ରାମ କୁ ଏକ ପେଟ୍ରୋଲିଂଙ୍ଗ ଗାଡ଼ି ରେ ୮ ଜଣ ପୋଲିସ ଅଧିକାରୀ ଏବଂ ସୁରକ୍ଷା କର୍ମୀ ଯାଇଥିଲେ। ସେଠାରେ ୬ ଜଣ ଆହତ ହୋଇଛନ୍ତି। ୨ ଜଣ ପୋଲିସ ଅଧିକାରୀ ସମେତ ୪ ଜଣ ଯବାନ ଆହତ ହୋଇଛନ୍ତି। ପୋଲିସ ଜାତୀୟ ରାଜପଥ ପେଟ୍ରୋଲିଂଙ୍ଗ ଗାଡ଼ି କୁ ମଧ୍ୟ ଭଙ୍ଗା ରୁଜା କରିଛନ୍ତି। ଏହି ଗାଡ଼ି ର ପଛ କାଞ୍ଚ ଏବଂ ଚାଲକ ପକ୍ଷର ମଝି କାଞ୍ଚକୁ ମଧ୍ୟ ଭାଙ୍ଗି ଥିବା ଜଣାପଡିଛି । ଆହତ ମଧ୍ୟ ରେ ଏସ ଆଇ ବିଷ୍ଣୁ ପ୍ରସାଦ ପ୍ରଧାନ, ଏ ଏସ ଆଇ ତରୁଣ ସାହୁଙ୍କ ସମେତ ଦୁଇ ଜଣ ଆର ବି , ଦୁଇ ଜଣ ଆଇ ଆର ବି ଯବାନ ଆହତ ହୋଇଛନ୍ତି। ରକ୍ତାକ୍ତ ଅବସ୍ଥା ରେ ପୋଲିସ ଅଧିକାରୀ ଏବଂ ଯବାନଙ୍କୁ ଉଦ୍ଧାର କରିଛନ୍ତି। ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଅଛି। ପୋଲିସ ର ଉଚ୍ଚ ସ୍ତରୀୟ ତଦନ୍ତ ଦଳ ଉପରୋକ୍ତ ଗ୍ରାମ କୁ ଯାଇଥିବା ବେଳେ ତଦନ୍ତ ଚାଲିଥିବା କୋମନା ଥାନା ଅଧିକାରୀ ପ୍ରକାଶ କରିଛନ୍ତି।

Post a Comment

Previous Post Next Post