ପଲ ସା ପଡ଼ା ପ୍ରାଥମିକ ବିଦ୍ୟାଳୟ ରେ ବନମହୋତ୍ସବ ଓ ସଚେତନା କାର୍ଯ୍ୟ କ୍ରମ ଅନୁଷ୍ଠିତ


ସିନାପାଲି ବ୍ଲକ ଅନ୍ତର୍ଗତ ସରକାରୀ ଉ: ପ୍ରା ବିଦ୍ୟାଳୟ ପଲସା ପଡ଼ା ଠାରେ ବିଦ୍ୟାଳୟ ପରିସର ରେ ବନ୍ ମହୋଉତ୍ସ ବ ପାଳନ କରା ଯାଉଥିଲା। ରାଜ୍ୟ ସ୍ତରୀୟ ମୂଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ହୃଦାନନ୍ଦ ମେହେର ଙ୍କ ନେତୃତ ରେ ଶିକ୍ଷକ ଶିକ୍ଷୟତ୍ରୀ ବିଦ୍ୟାଳୟ କ୍ୟାବିନେଟ୍ ଇକୋ କ୍ଳବ୍ ଛତ୍ର ଛାତ୍ରୀ ମାନେ ଚାରା ରୋପଣ କରି ଏହାକୁ ବଞ୍ଚାଇ ବଡ ଗଛ ରେ ପରିଣତ କରିବା ପାଇଁ ସପଥ ନେଇ ଥିଲେ। ବିଦ୍ୟାଳୟ ପରିସରରେ ଏକ ସଚେତନା ସଭା ଅନୁଷ୍ଠତ ହୋଇ ଥିଲା। ପ୍ରଧାନ ଶିକ୍ଷକ ବୃକ୍ଷ ହିଁ ଜୀବନ ଉପରେ ଆଲୋକ ପାତ କରିଥିଲେ। ବୃକ୍ଷ ରୋପଣ ଦ୍ବାରା ଆମେ କିପରି ପୂଣ୍ୟ ଅର୍ଜ୍ଜନ କରିବା ତାପରେ ଶିକ୍ଷୟତ୍ରୀ ରିତଂଞ୍ଜଳି ଚାନ୍ଦ ଶିକ୍ଷକ ରାଜେନ୍ଦ୍ର ନାରାୟଣ ପଣ୍ଡା ପ୍ରମୁଖ ମତ ବ୍ୟକ୍ତ କରିଥିଲେ। ବିଦ୍ୟାଲ କମିଟିର ସଭ୍ୟ ସଭ୍ୟା ଗ୍ରାମବାସୀ ତଥା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ବୃକ୍ଷ ରୋପଣ କାର୍ଯକ୍ରମ ରେ ସହଯୋଗ କରିଥିଲେ। ଆଗାମୀ ଦିନରେ ବୃ୍ଷରୋପଣ ତଥା ପରିବେଶ ସଚେତନା କାର୍ଯ୍ୟକ୍ରମ ଶିକ୍ଷା ପ୍ରତି ସଚେତନା ଓ ଅନ୍ଧ ବିଶ୍ବାସ ପ୍ରଭୁତି ସଚେତନା କାର୍ଯ୍ୟକ୍ରମ ରେ ସହ ଯୋଗ କରିବା ପାଇଁ ସମସ୍ତ ଙ୍କୁ ଅନୁରୋଧ କରିଥିଲେ। ବୃ୍ଷରୋପଣ ଦ୍ବାରା ବର୍ଷା ଉପରେ ପ୍ରଭାବ ପ୍ରଚଣ୍ଡ ଗ୍ରୀଷ୍ମ ର ପ୍ରଭାବ ରୋକିବା ବାୟୁ ପ୍ରଦୂଷଣ ରୁ ମୁକ୍ତ କରିବା ତଥା ଜୀବନ ପ୍ରତି ଥିବା ବିପଦକୁ ମୁକ୍ତ କରିବା ପାଇଁ ଛାତ୍ର ଛାତ୍ରୀ ଶିକ୍ଷକ/ଶିକ୍ଷୟତ୍ରୀ ତଥା ଗ୍ରାମ ବାସି ମତ ପୋଷଣ କରିଥିଲେ।

Post a Comment

Previous Post Next Post