ନୂଆପଡ଼ା ଜିଲ୍ଲା କର୍ଲାକୋଟ ରେଞ୍ଜ ଆନୁକୂଲ୍ୟରେ ବୋଡେ଼ନ ବ୍ଲକ ଟାଙ୍ଗରୀପଡା ନିକଟରେ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାରଙ୍କ ଦ୍ୱାରା ୭୫ତମ ବନମହୋତ୍ସଵ ସପ୍ତାହ ପାଳନ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କର୍ଲାକୋଟ ରେଞ୍ଜ ର ଫରେଷ୍ଟର ମହାଦେବ ବନ୍ଦୀଚୋର ଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମ କର୍ଲାକୋଟ ଗ୍ରାମ ପଂଚାୟତ ର ନାଏକ ସରପଞ୍ଚ ଶ୍ରୀମତୀ ତୁଳସେ ବାଗ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିବା ବେଳେ କର୍ଲାକୋଟ ରେଞ୍ଜ ର ଫରେଷ୍ଟର ମହାଦେବ ବନ୍ଦୀଚୋର, ଫରେଷ୍ଟ ଗାର୍ଡ ଅଜୟ ବନ୍ଦୀଚୋର, ସ୍କ୍ୱାଡ଼ ବିଦ୍ୟାଧର ବାଗ ସମାଜସେବୀ ଚିତମନ ବାଗ, ପୂର୍ଣ୍ଣଚନ୍ଦ୍ର ନାଗ ,ଓ ଗ୍ରାମ ର ଭନ୍ଦ୍ର ବ୍ୟାକ୍ତି ସାମିଲ ଥିଲେ। ସମସ୍ତେ ଗଛ ଲଗାଇବା ସହିତ ପରିବେଶ ବଞ୍ଚାଇ ଜୀବନ କୁ ସୁରକ୍ଷା ଦେବା ନେଇ ମତ ପ୍ରକାଶ କରି ଲୋକଙ୍କୁ ସଚେତନ କରାଇଥିଲେ। ବନବିଭାଗ ପକ୍ଷରୁ ଏହି ବୃକ୍ଷ ରୋପଣ କରାଯାଉଛି। ଏହି ଜଙ୍ଗଲର ପୁନରୁଦ୍ଧାର ହେବ ବୋଲି କହିଛନ୍ତି ସ୍ଥାନୀୟ ଲୋକେ ଉଲ୍ଲସିତ ଥିବା ଜଣାପଡିଛି। ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଲୋକେ ମଧ୍ୟ ସାମିଲ ହୋଇ ସହଯୋଗ କରିଥିଲେ।
ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ଙ୍କ ରିପୋର୍ଟ
Post a Comment