ବୋଡେନ (ବିରବଲ ପ୍ରଧାନ) କିଛି ବର୍ଷ ହେବ ଆମ ଏହି ଧରା ପୃଷ୍ଟରେ ତାପମାତ୍ରା ୪୦ ରୁ ୪୫ ଡ଼ିଗ୍ରୀ ଅତିକ୍ରମ କରି ସାରିଛି। ଯାହା ପାଇଁ ବର୍ତ୍ତମାନ୍ ଓ ଆଗାମୀ ଦିନର ଭବିଷ୍ୟତର ପିଢ଼ି ଜୀବ ଜଗତ ପାଇଁ ବିପଦର ସଂକେତ ଯାହାକୁ ଭିତ୍ତି କରି ଓଡ଼ିଶା ସରକାରଙ୍କ ନୂତନ ଯୋଜନା ଆଯାଦି କା ଅମୃତ ମହୋତ୍ସବ ଭାବରେ ଆଜି ବନ ସପ୍ତାହ ବିଭିନ୍ନ ଶିକ୍ଷା ଅନୁଷ୍ଠାନ,ସରକାରୀ କାର୍ଯ୍ୟାଳୟ ମାନଙ୍କରେ ଅନୁଷ୍ଠିତ ହୋଇଯାଇଅଛି। ଯାହା ଆଜି ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଳକ ସ୍ଥିତ ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଖଡ଼ିଆଳ ବନଖଣ୍ଡ ଅଧିନରେ ଥିବା ବୋଡ଼େନ ସେକ୍ସନ ଦ୍ଵାରା ବିଦ୍ୟାଳୟରେ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମର ସଭାରେ ଖରୀଆର ବନଖଣ୍ଡ ଅଧିକାରୀ ମହମ୍ମଦ ଅଜିଜ୍ ଖାନ ମୁଖ୍ୟ ଅତିଥି ଥିବା ବେଳେ ବୋଡ଼େନ ବି ଡି ଓ ପ୍ରିୟରଞ୍ଜନ କୁମାର ମୁଖ୍ୟ ବକ୍ତା , ବିଶିଷ୍ଟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ପ୍ରେମ ଶିଳା ନାଗ,ସମ୍ମାନିତ ଅତିଥି ରୂପେ ସ୍ଥାନୀୟ କଲେଜର ଅଧ୍ୟକ୍ଷ ହେମନ୍ତ କୁମାର ମୁଣ୍ଡ, ଖରୀଆର ରେଞ୍ଜର ସଂସ୍କୃତା ବଡ଼ନାୟକ,ଇଂରାଜୀ ଅଧ୍ୟାପକ ସାମୁଏଲ ଦାନି ମଞ୍ଚାସିନ ଥିଲେ ।ଇତିହାସ ଅଧ୍ୟାପକ ଗୟାଧର ମହାନ୍ତି ଅତିଥିଙ୍କୁ ସ୍ବାଗତ ଜଣାଇବା ସହ ସ୍ବାଗତ ସମ୍ଭାଷଣ ରଖିଥିଲେ ।ଅଧ୍ୟାପକ ସାମୁଏଲ ଦାନୀ ମଞ୍ଚ ପରିଚାଳନା କରିଥିଲେ ।ଅତିଥିଙ୍କ ସମ୍ଭାଷଣ ପରେ ବିଦ୍ୟାଳୟରେ ପୂର୍ବରୁ ଆୟୋଜିତ ଦୁଇଟି ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛଅ ଜଣ ପ୍ରତିଯୋଗୀଙ୍କୁ ମଞ୍ଚା ସିନ ଅତିଥି ମାନଙ୍କ ମାଧ୍ୟମରେ ପୁରସ୍କୃତ କରାଯାଇଛି । ତଦ୍ ପରେ ବିଦ୍ୟାଳୟର ଚତୁର୍ପାର୍ଶ୍ଵରେ ବୃ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେlଇଥିଲା।ଆଜିର କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶହ ଶହ ଛାତ୍ର ଛାତ୍ରୀ ,ବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା,ଅନ୍ୟାନ୍ୟ ଷ୍ଟାଫ୍,ଫରେଷ୍ଟ ଗାର୍ଡ ପୁରୁଷୋତ୍ତମ ନାଗ ତଥା ବନବିଭାଗୀୟ କର୍ମଚାରୀ ନନ୍ଦିନୀ ସୁନାନି,ସୁଦାମ କୁମାର ବାଗ,ତରୁଣ ତେଜି,ପି ଏନ ଜି ଓ ଷ୍ଟାଫ୍ ମଲ୍ଲିକାର୍ଯୁନ ମଲ୍ଲିକ ଓ ଯୋଶୀ ବାବୁ ଉପସ୍ଥିତ ଥିଲେ । ଫରେଷ୍ଟର ଦୁର୍ଯ୍ୟୋଧନ ପ୍ରସାଦ ଦୀକ୍ଷିତ ଧନ୍ୟବାଦ୍ ଅର୍ପଣ କରିଛନ୍ତି ।

Post a Comment