ମାନିଗୁଡ଼ା ରେ ଭିନ୍ନ ରଥଯାତ୍ରା


କୋମନା (ବିରବଲ ପ୍ରଧାନ) ନୂଆପଡା ଜିଲ୍ଲା କୋମନା ବ୍ଲକ ମାନିଗୁଡା ଗ୍ରାମରେ ଗୋଟିଏ ଦିନ ଆଗରୁ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆସନ୍ତା କାଲି ରହିଥିବା ବେଳେ କିନ୍ତୁ ନୂଆପଡା ଜିଲ୍ଲା ମାନିଗୁଡା ରେ ଦିନକ ଆଗରୁ ଆଜି ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । 1993 ମସିହା ରୁ ପ୍ରଥମେ ରଥଯାତ୍ରା ବା ରଥ ଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଏ ବର୍ଷ 33 ବର୍ଷ ପୁରୁଛି । ଗାଁ ଲୋକଙ୍କ କହିବା ଅନୁସାରେ ଗ୍ରାମର ପୂଜକ ବର୍ତମାନ ର ସେବାୟତ କୃଷ୍ଣଚନ୍ଦ୍ର ଗୌନ୍ତିଆ ମାଝୀ କୁ ଦିନେ ସ୍ୱପ୍ନ ହୋଇଥିଲା ଯେ ରଥଯାତ୍ରା କୁ ଗୋଟିଏ ଦିନ ଆଗରୁ ରଥ ଟଣା ହୋଉ ବୋଲି ସେ ଦିନରୁ ଆଜି ପର୍ଯ୍ୟନ୍ତ ଏହି ପର୍ବ ଜାରି ରହିଛି ଏବଂ ଆଗକୁ ମଧ୍ୟ ଲାଗି ରହିବ ବୋଲି ଗ୍ରାମର ଠାକୁର ସେବକ ମାନେ ମତ ପ୍ରକାଶ କରିଛନ୍ତି । ଏହି ଗ୍ରାମରେ ରଥଯାତ୍ରା ପୂର୍ବଦିନ ରେ ରଥ ଟଣା ହେଉଥିବାରୁ ଆଖ ପାଖର ଶହ ଶହ ଜଗନ୍ନାଥ ଭକ୍ତ ଙ୍କ ସମାଗମ ହୋଇଥାଏ । ଗ୍ରାମର କୃଷ୍ଣ ଚନ୍ଦ୍ର ମାଝୀ ଛେରା ପହରା କରିଥିବା ବେଳେ ଗ୍ରାମବାସୀ ଙ୍କ ସହଯୋଗରେ ବେଶ ସୁରୁ ଖୁରୁ ରେ ରଥଯାତ୍ରା ର ଆୟୋଜନ କରୁଛନ୍ତି ।


Post a Comment

Previous Post Next Post