କୋମନା ପଞ୍ଚାୟତ ସମିତି ସଭାଗୃହରେ ସଂପୁର୍ଣ୍ଣତା ଅଭିଯାନ ପର୍ବ ପାଳିତ


କୋମନା (ବ୍ରିବଲ ପ୍ରଧାନ) ଭାରତ ସରକାର ଙ୍କ ନୀତି ଆୟୋଗ ତରଫ ରୁ ଆରମ୍ଭ ହୋଇଥିବା ସମ୍ପୂର୍ଣ୍ଣତା ଅଭିଯାନ ଅନ୍ତର୍ଗତ, ଆଜି ନୁଆପଡ଼ାଜିଲ୍ଲା କୋମନା ପଞ୍ଚାୟତ ସମିତି ସଭା ଗୃହ ରେ ଏହାର ଆନୁଷ୍ଠାନିକ ଉନ୍ମୋଚନ ପର୍ବ ପାଳିତ ହୋଇ ଯାଇଛି । କାର୍ଯ୍ୟକ୍ରମକୁ ଶ୍ରୀ ରାଜେନ୍ଦ୍ର ଢୋଲକିଆ, ମାନ୍ୟବର ବିଧାୟକ, ନୂଆପଡା ମୁଖ୍ୟ ଅତିଥି ରୁପରେ ଦୀପ ପ୍ରଜ୍ବଳନ କରିଥିଲେ । ସମ୍ପୂର୍ଣ୍ଣତା ଅଭିଯାନ ଅନ୍ତର୍ଗତ ୪ ଗୋଟି ବିଭାଗ ରେ ୬ ଗୋଟି ମାନଦଣ୍ଡ କୁ କିପରି ଜୁଲାଇ ରୁ ସେପ୍ଟମ୍ବର ମାସ ମଧ୍ୟରେ ରେ ପୁର୍ନତା ଆଣି ହବ, ଏ ନେଇ ଶ୍ରୀ ହିତାଂଶୁ ଶେଖର ସାମଲ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, କୋମନା ଉପସ୍ଥିତ ବ୍ଲକ ଅଧିକାରୀ ଗଣ ଙ୍କୁ ଆଲୋକପାତ କରି ଥିଲେ । ମଞ୍ଚ ରେ ଉପସ୍ଥିତ ଅନ୍ୟ ମାନ୍ୟ ଗଣ ବ୍ୟକ୍ତି ଙ୍କ ମଧ୍ୟେ ରେ ଶ୍ରୀମତୀ ଅନୁସୟା କୁମ୍ଭାର, କୋମନା ବ୍ଲକ ଅଧକ୍ଷା ଏହି କାର୍ଯ୍ୟକ୍ରମ ର ସଫଳତା ନେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।


ଏହା ସହିତ କୋମନା ପାଞ୍ଚାୟତ ରେ ସମ୍ପୂର୍ଣ୍ଣତା ଅଭିଯାନ କୁ ନେଇ ସଚେତନତା ଆଣିବା ପାଇଁ ସ୍କୁଲ ପିଲାଙ୍କ ଦ୍ୱାରା ଏକ ପ୍ରଭାତ ଫେରି ହୋଇଥିଲା ଯାହାକୁ କୋମନା ସରପଞ୍ଚ ଶ୍ରୀ ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ଶ୍ରୀ ବଂଶୀଧର ବୁଡ଼େକ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, କୋମନା ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ରହି କୁନି ପିଲାମାନଙ୍କୁ ଉତ୍ସାହିତ କରି ଥିଲେ । ଏହି ଅବସରରେ ବ୍ଲକ ର ସମସ୍ତ ୩୨ ପାଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମ ସଭା ମାଧ୍ୟମରେ ଜନ ସାଧାରଣ ଙ୍କ ମଧ୍ୟରେ ସଚେତନତା ଅଣା ଯାଇ ଥିଲା । ସମନ୍ୱିତ ଶିଶୁ ବିକାଶ ବିଭାଗ ତରଫରୁ ପୋଷଣ ମେଳା ଓ ସ୍ୱାସ୍ଥ୍ୟ ବିଭାଗ ତରଫ ରୁ ସ୍ୱାସ୍ଥ୍ୟ ଶିବିର କୁ ମାନ୍ୟବର ବିଧାୟକ ପରିଦର୍ଶନ କରି ଥିଲେ । ନୀତି ଆୟୋଗ ର ବିକାଶ ସହଯୋଗୀ ଭାବରେ କାର୍ଯ୍ୟ କରୁଥିବା ପିରାମଲ ଫାଉଣ୍ଡେସନ ତରଫ ରୁ ଗାନ୍ଧୀ ଫେଲୋ ଶ୍ରୀ ସୁରଜ ତିୱାରୀ ଓ ଶ୍ରବଣ ପାଶ୍ବାନ ଙ୍କୁ ସମ୍ପୂର୍ଣ୍ଣତା ଅଭିଯାନ କାର୍ଯ୍ୟକ୍ରମ କୁ ସଫଳ ମଣ୍ଡିତ କରିବା ଦିଗରେ ବ୍ଲକ ପ୍ରଶାସନ କୁ କରି ଥିବା ପ୍ରାରମ୍ଭିକ ସହଯୋଗିତା ପାଇଁ ମଞ୍ଚ ରେ ପ୍ରସଂଶିତ କରା ଯାଇଥିଲା ।

Post a Comment

Previous Post Next Post