ବିଷାକ୍ତ ଛତୁ ଖାଇ ୬ ଗୁରୁତର


ନୂଆପଡ଼ା:- (ବିରବଲ ପ୍ରଧାନ)ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଳକ ନାଗପଡ଼ା ପଞ୍ଚାୟତ ନାଗପଡ଼ା ଗ୍ରାମରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାର ୬ ଜଣ ଗୁରୁତର ହୋଇ ବୋଡ଼େନ ଡାକ୍ତରଖାନରେ ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁଯାୟୀ, ନାଗପଡ଼ା ଗ୍ରାମର ଦୟା ମାଝୀ (୬୦) ରବିବାର ସକାଳେ ନିଜ ଚାଷ ଜମିକୁ ଯାଇଥିବା ବେଳେ ସେଠାରୁ ଛତୁ ସଂଗ୍ରହ କରି ଘରକୁ ଆଣିଥିଲେ। ଘରେ ରୋଷଇ କରି ପରିବାରର ସମସ୍ତେ ଖାଇଥିଲେ।ହେଲେ କିଛି ସମୟ ପରେ ସମସ୍ତଙ୍କୁ ଝାଡାବାନ୍ତି ହେବା ସହ ମୁଣ୍ଡବୁଲାଇ ଥିଲା। ଶୋଭା ମାଝୀ,ପ୍ରେମ ସିଂ ମାଝୀ (୨୪) ଶତ୍ରୁଘନମାଝୀ (୩୭), ପ୍ରହଲ୍ଲାଦ ମାଝୀ,ସୋବନୀ ମାଝୀ (୭୦) ଗୁରୁତରହୋଇଥିବାରୁ ସେମାନଙ୍କୁ ବୋଡ଼େନ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି। ବର୍ତ୍ତମାନ ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥ‌ିବା ବେଳେ ଅଧୂକଚିକିତ୍ସା ପାଇଁ ଏକ ଡାକ୍ତରୀ ଦଳ ନାଗପଡ଼ାକୁ ଯାଇଥିବା ସୂଚନା ମିଳିଛି ।

Post a Comment

Previous Post Next Post