୩୫୩ ନମ୍ବର ଜାତୀୟ ରାଜପଥ ରେ ଗଛ ପଡ଼ି ରାସ୍ତା ଅବରୋଧ,7ଘଣ୍ଟା ଧରି ୟାତାୟତ ବାଧାପ୍ରାପ୍ତ


କୋମନା (ବିରବଲ ପ୍ରଧାନ) ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ୩୫୩ ନମ୍ବର ଜାତୀୟ ରାଜପଥ ଝାଳକୁସୁମ ଠାରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଯାଇଥିଲା । ଲଘୁଚାପ ଜନିତ ବର୍ଷା କାରଣରୁ ଗଛ ଉପୁଡି ରାସ୍ତା ଉପରେ ପଡ଼ି ଯାଇଥିଲା ।ଏହି ଜାତୀୟ ରାଜପଥ ରେ ସହ ସହ ସଂଖ୍ୟା ରେ ଯାନବାହନ ଯାତାୟତ କରୁଥିଲେ ମଧ୍ୟ ଭାଗ୍ୟ ବସତ ଏଥିରେ କାହାର କୌଣସି କ୍ଷୟ କ୍ଷତି ହୋଇ ନ ଥିବା ଜଣା ପଡ଼ିଛି।

ପ୍ରାପ୍ତ ସୂଚନା ଅନୁସାରେ ରାତ୍ର ୨ଟା ସମୟରେ ଏକ ବିରାଟ ବଡ଼ ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ି ଥିବା ବେଳେ ରାତ୍ର ୨ଟା ସମୟରୁ ସକାଳ ୯ଟା ପର୍ଯ୍ୟନ୍ତ ଦୀର୍ଘ ୭ ଘଣ୍ଟା ପାଖା ପାଖି ରାସ୍ତା ଅବରୋଧ ହୋଇ ଯାତାୟାତ ରେ ବାଧା ପ୍ରାପ୍ତ ହୋଇଥିଲା ।ରାସ୍ତା ଉପରେ ଗଛ ପଡ଼ି ରହିଥିବା ଦମକଳ ବାହିନୀ ଙ୍କୁ ଖବର ଦେଇଥିଲେ, ଦମକଳ ବାହିନୀ ଖବର୍ ପାଇ ଘଟଣା ସ୍ଥଳ ରେ ପହଞ୍ଚି ଦୀର୍ଘ ସମୟ ଧରି କଠିନ ପରିଶ୍ରମ ବଳ ରେ ଗଛ କାଟି ସଫା କରିଥିଲେ ।ରାସ୍ତା ରେ ଗଛ ପଡ଼ି ଅବରୋଧ ହେବା ଦ୍ବାରା ଶହ ଶହ ସଂଖ୍ୟା ଭାରି ଯାନ,ବସ,କାର ଗାଡ଼ି ମୋଟର ଅଟକି ରହିଥିଲା ।ବର୍ତ୍ତମାନ ଯାତାୟାତ ସ୍ବାଭାବିକ ହୋଇଥିବା ଜଣା ପଡ଼ି।

Post a Comment

Previous Post Next Post