ଘର ଭିତରେ ପାଣି, ୨ ପରିବାର ହନ୍ତସନ୍ତ


ନୂଆପଡ଼ା : (ବିରବଲ ପ୍ରଧାନ) ଏକସପ୍ତାହ ହେବ ଲଘୁଚାପ ଜନିତ ଲଗାଣ ବର୍ଷାରେ କୋମନା ବ୍ଲକ ଟିକ୍ରାପଡା ଗାଁ ଜଗନ୍ନାଥ ମନ୍ଦିର ପାଖ ସତନାମୀ ପଡାର ପ୍ରେମ ସାଗର ସତନାମୀ ଓ ଭମର ସତନାମୀଙ୍କ ଘରେ ବର୍ଷା ପାଣି ପଶିଯାଇଛି । ଫଳରେ ପରିବାର ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତା କଡରେ ଏକ ଛୋଟ କୁଡିଆରେ ଦୁଇ ପରିବାରର ୯ଜଣ ସଦସ୍ୟ ଆଶ୍ରୟ ନେଉଛନ୍ତି । ଗାଁ ଉପର ମୁଣ୍ଡରେ ଚାନ୍ଦେଲ ପାହାଡ ରହିଛି । ପାହାଡ ଉପରୁ ବର୍ଷା ପାଣି ପଡା ଭିତରକୁ ପ୍ରବେଶ କରୁଛି। ତଳମୁଣ୍ଡ ଦେଇ ବର୍ଷା ପାଣି ନିଷ୍କାସନ ହେବାର କଥା ।କେତେଜଣ ବ୍ୟକ୍ତି ରାସ୍ତା ଅବରୋଧ କରିଥିବାରୁ ତାହା ନିଷ୍କାସିତ ହୋଇ ନ ପାରି ଘର ଭିତରକୁ ପ୍ରବେଶ କରୁଛି । ବର୍ତମାନ ଦୁଇ ପରିବାର ଏକ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି । ଏ ବିଷୟରେ ବ୍ଲକ ପ୍ରଶାସନଠାରେ ଜଣାଇଲା ପରେ ଖୋଦ ବିଡିଓ ହିତାଂଶୁ ଶେଖର ସାମଲ ଓ ଅନ୍ୟ ଅଧିକାରୀ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଏ ସଂକ୍ରାନ୍ତରେ ବିଡିଓ ସାମଲଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରି ନାହିଁ ।

Post a Comment

Previous Post Next Post