ହାତୀବନ୍ଧା ହାଇସ୍କୁଲ ଶିକ୍ଷକ ଏଜୁକେଟର ଆୱାର୍ଡରେ ସମ୍ମାନିତ


ନୂଆପଡା (ପରମେଶ୍ୱର ମେହେର) ନୂଆପଡ଼ା ଜିଲ୍ଲା ସିନାପାଲି ଗୋଷ୍ଠୀ ଶିକ୍ଷା ଅନ୍ତର୍ଗତ ହାତୀବନ୍ଧା ସରକାରୀ ଉଚ୍ଚ ବିଦ୍ଯାଳୟର ବିଜ୍ଞାନ ଶିକ୍ଷକ ରୂପେଶ କୁମାର ମେହେର ଏଜୁକେଟର ଆୱାର୍ଡରେ ସମ୍ମାନିତ ହୋଇଛନ୍ତି ା ଶ୍ରୀ ମେହେରଙ୍କ ଏହି ସଫଳତାରେ ସ୍ଥାନୀୟ ଅଂଚଳରେ ଆନନ୍ଦ ପ୍ରକାଶ ପାଇବା ସହ ବିଭିନ୍ନ ମହଳରୁ ଶୁଭେଚ୍ଛା ଜଣାଯାଇଛି ା କ୍ବିଷ୍ଟ ଏଲାଇନ୍ସ ଗୄପ ତରଫରୁ ଭୁବନେଶ୍ୱରର ଦ ପ୍ରେସିଡେନସି ହୋଟେଲ ଠାରେ ଆୟୋଜିତ ଏକ ସ୍ବତଂତ୍ର କାର୍ଯ୍ଯକ୍ରମରେ ଗତ ବୁଧବାର ଏହି ଆୱାର୍ଡ ପ୍ରଦାନ କରାଯାଇଥିଲା ା ବିଶେଷତଃ ଗଣିତ ଓ ବିଜ୍ଞାନ ଶିକ୍ଷା ସମୟରେ ଶ୍ରେଣୀକକ୍ଷରେ ନୂତନ ଟେକନୋଲୋଜିର ଉଲ୍ଲେଖନୀୟ ବ୍ଯବହାର ନିମନ୍ତେ ଓଡ଼ିଶାର ପ୍ରତି ଜିଲ୍ଲାରୁ ଜଣକୁ ଏହି ସମ୍ମାନ ଦିଆଯାଇଥିବା ବେଳେ ନୂଆପଡ଼ାରୁ ଶ୍ରୀମେହେର ଏଥି ପାଇଁ ଯୋଗ୍ଯ ବିବେଚିତ ହୋଇଥିଲେ ା ଆୱାର୍ଡ ପ୍ରଦାନ ସମୟରେ ମୋ ସ୍କୁଲ ଅଭିଯାନର ସିଇଓ ଅମରଜିତ ଜେନା, ମୋ ସ୍କୁଲ ଅଭିଯାନର ସିଓଓ ରାଜଲକ୍ଷ୍ମୀ ଦାସ, ରସ୍ପବେରୀ ପାଇ ଫାଉଣ୍ଡେସନ ପ୍ରୋଗ୍ରାମର ଦିବ୍ଯା ଜୋସେଫ, ସି.ଭି. ରମଣ ଗ୍ଲୋବାଲ ଉନିଭରସିଟିର କମ୍ପୁଟର ସାଇନ୍ସ ମୁଖ୍ଯ ରୋଜାଲିନ ପ୍ରିୟଦର୍ଶନୀ, କ୍ୱିଷ୍ଟ ଏଲାଇନ୍ସର ରିସର୍ଚ୍ଚ ସ୍ପେସାଲିଷ୍ଟ ଭାବନା ପରମାର ଓ ଆଇଆଇଟି ଭୁବନେଶ୍ୱର କମ୍ପୁଟର ସାଇନ୍ସ ଡିପାର୍ଟମେଣ୍ଟରୁ ଶ୍ରୀମନୋରଞ୍ଜନ ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment

Previous Post Next Post