ନୂଆପଡା (ପରମେଶ୍ୱର ମେହେର) ନୂଆପଡା ଜିଲ୍ଲା ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଧାୟକ ଅଧିରାଜ ପାଣିଗ୍ରାହୀ ଆଜି ଖଡ଼ିଆଳ ଠାରେ ବିଜୟ ଉତ୍ସବ ପାଳନ କରିଛନ୍ତି। ମାଆ ଠାକୁରାଣୀ ମନ୍ଦିର ଠାରେ ପୂଜାର୍ଚ୍ଚନା କରି ତାଙ୍କର ହଜାର ହଜାର ସମର୍ଥକଙ୍କ ସହ ଖଡ଼ିଆଳ ସହର ପରିକ୍ରମା କରିଥିଲେ। ବାଣ ଫୁଟାଇ, ଅବିର ଖେଳି ଜିଲ୍ଲା ବିଜୁ ଜନତା ଦଳର କର୍ମୀ ମାନେ ଓ ଖଡ଼ିଆଳ ଅଞ୍ଚଳର ଲୋକେ ଏଥିରେ ସାମିଲ ହେବା ସହ ଉତ୍ସବ ମନାଇଥିଲେ। ବିଭିନ୍ନ ଛକରେ ଲୋକେ ତାଙ୍କୁ ବନ୍ଦାପନା କରିବା ସହ ସ୍ଵାଗତ କରିଥିଲେ। ନିଜ ବକ୍ତବ୍ୟରେ ଶ୍ରୀଯୁକ୍ତ ପାଣିଗ୍ରାହୀ କ୍ରମାଗତ ତାଙ୍କ ଉପରେ ବିଶ୍ୱାସ କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିବା ସହ ଲୋକଙ୍କ ଆଶା ଆକାଂକ୍ଷା ପୂରଣ ପାଇଁ ସବୁ ପ୍ରକାର ଚେଷ୍ଟା କରିବେ ବୋଲି କହିଥିଲେ। ଉଲ୍ଲେଖ ଯୋଗ୍ୟ ଯେ ଗତଥର କଂଗ୍ରେସ ଦଳର ବିଧାୟକ ଥିବା ଅଧିରାଜ ଏଥର ବିଜୁ ଜନତା ଦଳରେ ଯୋଗ ଦେଇ ପ୍ରାର୍ଥୀ ହୋଇଥିଲେ। ଏଥର ଓଡ଼ିଶାରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ବେଳେ ସେ କିନ୍ତୁ ନିଜ ଗଡ ରକ୍ଷା କରିବାରେ ସକ୍ଷମ ହୋଇଥିଲେ। ଚଳିତ ନିର୍ବାଚନରେ ସେ ୯୩ ହଜାର ୨୪୬ ଖଣ୍ଡ ଭୋଟ ପାଇ ବିଜେପିର ହିତେଶ କୁମାର ବଗର୍ତ୍ତିଙ୍କୁ ୯୬୧୮ ଖଣ୍ଡ ଭୋଟରେ ପରାସ୍ତ କରି ଦ୍ଵିତୀୟ ଥର ପାଇଁ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି।

Post a Comment