ସିନାପାଲିରେ ଜିଲ୍ଲାସ୍ତରୀୟ କ୍ରୀଡାଙ୍ଗନ ତାଲିମ ଶିବିର


ସିନାପାଲି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ କ୍ରୀଡାଙ୍ଗନ ତାଲିମ ଅନୁଷ୍ଠିତ ହେଉଛି । ଏହି ଶିବିରରେ ସିନାପାଲି ଏବଂ ବୋଡେନ ବ୍ଲକର ସମସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀ ତଥା ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରି ତାଳିମ ଗ୍ରହଣ କରୁଛନ୍ତି । ତ୍ରିଦିବସୀୟ ଏହି ଶିବିରକୁ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯତୀନ୍ଦ୍ର କୁମାର ସେଠ ଉଦଘାଟନ କରିଥିବା ବେଳେ ସମ୍ବଳ ଶିକ୍ଷକ ଭାବରେ ହିମାଂଶୁ ଶେଖର ମହନ୍ତ ଏବଂ ଭାସ୍କର କୁମାର ପାତ୍ର ଉପସ୍ଥିତ ରହି ଶିବିର ପରିଚାଳନା କରୁଛନ୍ତି ା ଏ ଅବସରରେ ସପୋର୍ଟ ଅଫିସର ମୋସ୍କୁଲ ବିକାଶ ମେହେର, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ମହେଶ କୁମାର ଦଣ୍ଡସେନା , ରାଜ୍ୟ ସମ୍ବଳ ଶିକ୍ଷକ ମହତାବ ଆଡଜୁଆଡ଼ ଯୋଗ ଦେଇ ତାଲିମର ଗୁରୁତ୍ୱ ସଂପର୍କରେ ସମସ୍ତଙ୍କୁ ଅବଗତ କରିଥିଲେ ା ସ୍ଥାନୀୟ ବିଦ୍ଯାଳୟର ପ୍ରଧାନ ଶିକ୍ଷକ ଲଳିତ କୁମାର ସୁନାରୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବରରେ ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରୁଛନ୍ତି ା


 ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ

Post a Comment

Previous Post Next Post