କୋମନା ( ବିରବଲ ପ୍ରଧାନ) ନୂଆପଡ଼ା ଜିଲ୍ଳା ଲଖନା ଥାନା କୁରୁମପୁରି ପଞ୍ଚାୟତ ବେଲମୁଣ୍ଡିଆ ପଡ଼ା ରାସ୍ତାପାର୍ଶ୍ଵରୁ ସୋମବାର ଏକ ଶିଶୁପୁତ୍ର ଉଦ୍ଧାର ହୋଇଛି। ଶିଶୁର ବୟସ ଏକ ମାସରୁ ଦେଢମାସ ଭିତରେ ହୋଇଥିବା ଅନୁମାନ କରାଯାଉଛି। ଲଖନା ଥାନା ପୋଲିସ ଓ ଜିଲା ଚାଇଡ ଲାଇନ କର୍ମଚାରୀ ଉଦ୍ଧାର ଶିଶୁପତ୍ରକୁ ଆଣି ଜିଲା ମୁଖ୍ୟ ଚିକିତ୍ସାଳୟରେ ରେ ସ୍ବାସ୍ଥ୍ୟ - ପରୀକ୍ଷା କରାଇଛନ୍ତି।
ସୂଚନା ମୁତାବକ ବେଲମୁଣ୍ଡିଆ ପଡ଼ାର ଜୟଧର ଧରୁଆ (୪୦) ଓ ଦୌପତି ଧରୁଆ (୩୭) ଛେଳି ଚରାଇବା ପାଇଁ ଯାଇଥିବାବେଳେ ୩୫୩ନଂ. ଜାତୀୟ ରାଜପଥର ସପ୍ତାହିକ ଛେଳି ବଜାର ନିକଟ ଏକ ବୁଦାମୂଳରେ ଶିଶୁପୁତ୍ର ପଡିଥିବା ଦେଖୁଥିଲେ। ଏ ନେଇ ଖବର ପାଇ ଜିଲା ଚାଇଡ ଲାଇନ କର୍ମଚାରୀ ପହଞ୍ଚୁ ପୋଲିସ ଗାଡିରେ ଶିଶୁକୁ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଶିଶୁଟି ସୁସ୍ଥ ଥିବା ଜଣାପଡିଛି। ଶିଶୁପତ୍ର କପାଳରେ କଜଳ ଟିକା ଲଗାଯାଇଥିବାବେଳେ ନୂତନ ବେବି ଡ୍ରେସ ପିନ୍ଧିଥିବା ଦେଖାଯାଇଛି। ଶିଶୁପୁତ୍ର କାହାର, ବୁଦାମୂଳକୁ କେମିତି ଆସିଲା ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Post a Comment