ବୋଡ଼େନ ମିଶନ ଶକ୍ତି ଦ୍ଵାରା ଏକ୍ ପେଡ୍ ମାଁ କେ ନାମ୍ କାର୍ଯ୍ୟକ୍ରମର ପ୍ରସ୍ତୁତି ବୈଠକ


ନୂଆପଡା ଜିଲ୍ଲା ପରମେଶ୍ୱର ମେହେର ରିପୋର୍ଟ

ପ୍ରଧାନ ମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଏବଂ ଓଡ଼ିଶା ସରକାରଙ୍କ ଉପମୁଖ୍ୟ ମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ,ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ନିର୍ଦ୍ଦେଶ କ୍ରମେ ' ଏକ୍ ପେଡ୍ ମାଁ କେ ନାମ୍ ' କାର୍ଯ୍ୟକ୍ରମ ଦ୍ବାରା ନାରୀ ଶକ୍ତି ମାଧ୍ୟମରେ ବୃକ୍ଷ ରୋପଣ କରିବାକୁ ସ୍ଥିର ହୋଇଛି ଯାହାକି ଜଣେ ମହିଳା ୫ ଟି ବୃକ୍ଷ ରୋପଣ କରିବେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବୋଡ଼େନ ବି ଏଲ ସି ସୁନୀତା ସୋନା ଓଡ଼ିଶା ଜୀବିକା ମିଶନଙ୍କ ତତ୍ତ୍ଵାବଧାନରେ ଆଜି ବୋଡ଼େନ ବ୍ଲକ ସଭା ଗୃହରେ ଆୟୋଜିତ ପ୍ରସ୍ତୁତି ବୈଠକରେ ବି ଡି ଓ ପ୍ରିୟରଞ୍ଜନ କୁମାରଙ୍କ ଅଧ୍ୟକ୍ଷତାରେ ପରିଚାଳିତ ସଭାରେ ଖରୀଆର ରେଞ୍ଜର ସଂସ୍କୃତା ବଡ଼ ନାୟକ,ବି ପି ସି ରାଜେଶ୍ କୁମାର ସାହୁ,ବି ଏଲ୍ ସି ସୁନୀତା ସୋନା,ବ୍ଲକ କୃଷି ଅଧିକାରୀ ଦୁଃଖୀରାମ ଟୁଡୁ,ଫରେଷ୍ଟର ଦୁର୍ଯ୍ୟୋଧନ ପ୍ରସାଦ ଦୀକ୍ଷିତ ଓ ଉଦ୍ୟାନ ବିଭାଗ ଅଧିକାରୀ ଘାସିରାମ ପଣ୍ଡା ମଞ୍ଚାସିନ ଥିଲେ ।ବ୍ଲକର ସମସ୍ତ ଜି ପି ଏଲ ଏଫ୍ ରୁ ଏମ ବି କେ ମାନେ ପ୍ରସ୍ତୁତି ବୈଠକରେ ଉପସ୍ଥିତ ଥିଲେ।ବ୍ଲକର ପ୍ରତ୍ୟେକ ସ୍ଵୟଂ ସହାୟିକା ଗୋଷ୍ଠୀର ମାଁ ମାନଙ୍କ ଦ୍ଵାରା ଆଗାମୀ ସାତ ଦିନ ମଧ୍ୟରେ ୭୦୩୩୩ ଟି ଚାରା ରୋପଣ କରିବାକୁ ଆଜି ସ୍ଥିର କରାଯାଇଛି ।ଜି ପି ଏଲ ଏଫ୍ ର ସମସ୍ତ କ୍ୟାଡ଼ର ସି ଆର୍ ପି,କୃଷି ମିତ୍ର ,ପ୍ରାଣୀ ମିତ୍ର ମାନଙ୍କ ମାଧ୍ୟମରେ ପ୍ରତି ଏସ ଏଚ ଜି ମହିଳା ପାଖକୁ ସନ୍ଦେଶ ପହଞ୍ଚାଇବା ସହିତ ବୃକ୍ଷ ରୋପଣରେ ସମ୍ପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ମଞ୍ଚାସିନ ଅଧିକାରୀ ଅନୁରୋଧ କରିଛନ୍ତି ।

Post a Comment

Previous Post Next Post