ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଅବକାରୀ ବିଭାଗ ପକ୍ଷ ରୁ ନିଶା ନିବାରଣ ଏବଂ ଅବୈଧ ପରିବହନ ଦିବସ ପାଳିତ ହୋଇଯାଇଅଛି। ଏହି ଉପଲକ୍ଷେ ଏକ ଶୋଭାଯାତ୍ରା ଖଡିଆଳ ନଗର ପରିକ୍ରମା କରିଅଛି। ବିଭାଗ ପକ୍ଷ ରୁ ଗ୍ରାମ ଗ୍ରାମ ବୁଲି ଜନସାଧାରଣ ଙ୍କୁ ସଚେତନ କରିଛନ୍ତି। ନିଶା ଦ୍ବାରା ପରିବାର ର ସମ୍ପର୍କ ରେ ତିକ୍ତତା ଆସିଥିବା ବେଳେ ଆର୍ଥିକ ମାନଦଣ୍ଡ ରେ ସିଧାସଳଖ ପ୍ରଭାବ ପକାଇଥାଏ। ସେହିପରି ପରିବାର କଳହ ସାଙ୍ଗକୁ ମହିଳା ହିଂସା ଦେଖାଯାଇଥାଏ। ତେଣୁ ନିଶା ରୁ ମୁକ୍ତ ହେବା ପାଇଁ ଆହ୍ବାନ କରିଛନ୍ତି।ଖାଡିଆଲ ଅବକାରୀ ଅଧିକାରୀ ସଂଜୀବ ବେହେରା, ଏ ଏସ ଆଇ ହିଙ୍ଗୁଳା ଦାଶ, ବାୟଜନ୍ତି ଶବର, ମୁରଲୀ ଶବର, ରୋଷନ ବିଶ୍ଵାଳ, ମଧୁସୁଧନ ସିଂ, ପ୍ରମୁଖ ଯୋଗ ଦେଇଥିଲେ।
ଖଡ଼ିଆଳ ଅବକାରୀ ବିଭାଗ ପକ୍ଷ ରୁ ଆନ୍ତର୍ଜାତିକ ନିଶା ନିବାରଣ ଏବଂ ଅବୈଧ ପରିବହନ ଦିବସ ପାଳିତ, ଏକ ଶୋଭାଯାତ୍ରା ଖଡିଆଳ ନଗର ପରିକ୍ରମା
ଆଜତକ ଓଡ଼ିଶା
0
Post a Comment