କଣ୍ଟାମାଳ:୧୩/୬ (ମନଧରକର୍ମୀ) ପ୍ରତି ଗାଁକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାପାଇଁ ସରକାର ବିଭିନ୍ନ ଯୋଜନା ମଧ୍ୟରେ ପ୍ରକଳ୍ପ ନିର୍ମାଣ କରୁଛନ୍ତି। ହେଲେ ବିଭାଗୀୟ ଅଧିକାରୀ ଙ୍କ ଅବହେଳା ଯୋଗୁଁ ସୋଲାର ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହୋଇପାରୁନଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଗାଁ ଗ୍ରାମପଞ୍ଚାୟତ ସୌରିବେଙ୍ଗେସ ଗ୍ରାମରେ। ଗ୍ରାମର କୁଞ୍ଜ ଘର ସମ୍ମୁଖରେ ଥିବା ନଳକୂପ ଉପରେ ସୋଲାର ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରିବା ପାଇଁ ଗ୍ରାମବାସୀ ଦୀର୍ଘଦିନ ହେଲା କଣ୍ଟାମାଳ ବିଡ଼ିଓ ଙ୍କ ଠାରେ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସୋଲାର ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହୋପାରିନାହିଁ। ଯଥା ଶୀଘ୍ର ପ୍ରକଳ୍ପ ନିର୍ମାଣ ନକଲେ ଆଗାମୀ ଦିନରେ ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରିବେ ବୋଲି ଗ୍ରାମବାସୀ ଦାବୀ କରୁଛନ୍ତି। ଏଥି ପ୍ରତି ବୌଦ୍ଧ ଜିଲ୍ଲା ପ୍ରଶାସନ ସ୍ଵତନ୍ତ୍ର ଦୃଷ୍ଟି ଦେବା ପାଇଁ ଗ୍ରାମବାସୀ ଦାବୀ କରୁଛନ୍ତି।

Post a Comment