ଆଇ. ସି. ଏସ. ଇ. ପରୀକ୍ଷାରେ ଜୟପୁର ପବ୍ଲିକ ସ୍କୁଲ ଛାତ୍ରଛାତ୍ରୀଙ୍କ ସଫଳତା


କୋରାପୁଟ :(ଆଜତକ୍ ଓଡ଼ିଶା) ଆଇ. ସି. ଏସ. ଇ. ଦଶମ ଶ୍ରେଣୀ ପରୀକ୍ଷାରେ ଜୟପୁର ପବ୍ଲିକ ସ୍କୁଲର ଛାତ୍ର ପି. ନିଖିଲେସ୍ ବିଜ୍ଞାନ ବିଭାଗରେ ୯୬.୮% ନମ୍ବର ରଖି ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି । ସେ ଶ୍ରିମତୀ ସତ୍ୟବତି ଓ ଶ୍ରୀ ଗୌରିଶଙ୍କର ଙ୍କ ପୁତ୍ର ଅଟନ୍ତି।ଅନ୍ୟମାନଙ୍କ ମଧ୍ୟରେ ଏସ. ତେଜସ୍ୱିନୀ ୯୪.୬% ଓ ଏଲ. ଏନ. ପଣ୍ଡା ୯୪.୪%ରଖି ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ଅଧିକାର କରିଛନ୍ତି।ସେହିପରି ବାଣିଜ୍ୟ ବିଭାଗରେ ପି. ହାଇନ୍ ଦେବୀ ୯୪.୮%ରଖି ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି। ସେ ଜୟପୁରର ଶ୍ରୀମତୀ ରାଜ୍ୟ ଳକ୍ଷ୍ମି ଓ ଶ୍ରୀ ପି. ସୁବ୍ରମଣ୍ୟମ ଙ୍କ ପୁତ୍ର ଅଟନ୍ତି। କରିଥିବାବେଳେ ନିତ୍ୟା ମୁନ୍ଦ୍ରା ଓ ପି. ସମୀକ୍ଷା ଯଥାକ୍ରମେ ୯୨.୬% ଓ ୮୭.୨% ନମ୍ବର ରଖି ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଉତ୍ତୀର୍ଣ ହୋଇ ଜୟପୁର ପାଇଁ ଗୌରବ ଆଣିଛନ୍ତି।ଛାତ୍ରଛାତ୍ରୀମାନଙ୍କ ଏହି ସଫଳତା ପଛରେ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଅଭିଭାବକମାନଙ୍କର ଗୁରୁତ୍ୱପୂର୍ଣ ଭୂମିକା ରହିଥିବାରୁ ବୁଦ୍ଧିଜୀବୀମାନଙ୍କ ତରଫରୁ ସେମାନଙ୍କୁ ଉଚ୍ଚ ପ୍ରଂଶସା କରାଯାଇଛି।

Post a Comment

Previous Post Next Post