ତୃତୀୟ ତମ ବିନୋଦ ବିହାରୀ ପାତ୍ର ମେମୋରିଆଲ ନାଇଟ ସର୍କଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ 2024 ଉଦଘାଟିତ


ସିନାପାଲି : ସିନାପାଲି ବ୍ଲକ ର କାପସୀ ଗ୍ରାମରେ ବିନୋଦ ବିହାରୀ ପାତ୍ର ସର୍କଲ କ୍ରିକେଟ ଟୁର୍ନାମେଣ୍ଟ ଆଜି ଉଦଘାଟନ ହେଲା । ଏହି ଉଦଘାଟନ ସମାରୋହରେ ମୁଖ୍ୟଅତିଥି ଭାବେ ସିନାପାଲି ପ୍ରେସ କ୍ଲବ ସଭାପତି ଶ୍ରୀ ଅଜିତ କୁମାର ଯୋଷୀ, ବିଶିଷ୍ଟ ଅତିଥି ଭାବେ ଅବସରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ସ୍ଵର୍ଗତ ବିନୋଦ ବିହାରୀ ପାତ୍ର ଙ୍କ ସୁପୁତ୍ର ଶ୍ରୀଯୁକ୍ତ ପ୍ରଭାତ କୁମାର ପାତ୍ର , ଏବଂ ସମ୍ମାନିତ ଅତିଥିଭାବେ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟରତ ସ୍ୱାସ୍ଥ୍ୟ ପରିଦର୍ଶକ ତଥା ବିଶିଷ୍ଟ କ୍ରୀଡା ଭାଷ୍ୟକାର ଶ୍ରୀ ପ୍ରକାଶ ଚନ୍ଦ୍ର ପାତ୍ର ଯୋଗ ଦେଇଥିଲେ । ଉଦଘାଟନୀ ମ୍ଯାଚ ସରଧାପୁର ଓ କାପସି ଜୁନିୟର ଦଳ ମଧ୍ୟରେ ଖେଳା ଯାଇଥିବା ବେଳେ କାପସି ଦଳ ୩ ରନ୍ ରେ ସରଧାପୁର କୁ ପରାସ୍ତ କରିଥିଲା । ଏହି ମ୍ଯାଚ କୁ ଜୟନ୍ତ ଦାସ ଓ ନିରଞ୍ଜନ କାଣ୍ଡ ପରିଚାଳନା କରିଥିଲା ବେଳେ ଗୁପ୍ତେଶ୍ଵର ମାଝୀ ଧାରା ବିବରଣୀ ପ୍ରଦାନ କରିଥିଲେ । ଟୁର୍ନାମେଣ୍ଟ ଆଜି ଆରମ୍ଭ ହୋଇଥିଲା ବେଳେ ଆଗାମୀ ୧୦ ତାରିଖ ଦିନ ଫାଇନାଲ ଖେଳ ହେବ । ଆୟୋଜକ କମିଟି ର ସଭାପତି ଭାବେ ସୁମନ୍ତ ଦାସ, ସମ୍ପାଦକ ଭାବେ ଜୟନ୍ତ ଦାସ, କୋଷାଧ୍ୟକ୍ଷ ଭାବେ ନିରଞ୍ଜନ କାଣ୍ଡ ରହି ଥିଲାବେଳେ ଗୁପ୍ତେଶ୍ଵର, ଜୀବନ୍ତ, ଜୟପ୍ରକାଶ ପ୍ରମୁଖ ସହଯୋଗ କରୁଛନ୍ତି । ଉପଦେଷ୍ଟା ଭାବେ ବରିଷ୍ଠ କ୍ରୀଡାବିତ୍ ସୁଭାଷ କୁଲ୍ଲୂ ଏବଂ ମନୋଜ ଦାସ ଏହି ଆୟୋଜନ କୁ ସହାୟତା କରୁଛନ୍ତି ।

 ନୂଆପଡା ଜିଲ୍ଲା ପରମେଶ୍ୱର ମେହେର ରିପୋର୍ଟ

Post a Comment

Previous Post Next Post