ନୀଳିମା(ମୋ ଗେଲି)


ହେ ନୀଳିମା ସ୍ବପ୍ନର ମୋର ନୀଳ ପରୀ 
    ସ୍ୱଚ୍ଛ ତୁମ ନୀଳ ଚାହାଁଣି
ହସ ତୁମ ସତେ କେତେ ଗୁଲୁଗଳିଆ
    ଓଠ ତୁମ କହେ କାହାଣୀ ।।

ପାଦ ପାଉଁଜି କରେ ତୁମ ରୁଣୁଝୁଣୁ
    ସୃଷ୍ଟି କରେ ପ୍ରେମର ବାସ୍ନା
ହାତର ସ୍ପର୍ଶରେ ତୁମ ରହିଛି ଯାଦୁ
    ମୋ ହୃଦେ ଆଣିଛି ଭାବନା ।।

ଫୁଟିଉଠେ ତୁମ ଏ ମୁହେଁ ଖୋଲା ହସ
    କହେ ତୁମ ହୃଦୟ ଭାଷା
ମୋ ନିଲୁ ଗେଲି ଭଳି ଆଉ କେହି ନାହିଁ
     ମୋ ଏ ଗେଲି ବାନ୍ଧିଛି ବସା ।।

ଆଣିଛି ମୋ ଏ ମନେ କେତେ ଯେ ରୋମାଞ୍ଚ
    ଦୁଃଖ ଯାଇଛି ଦୂରେ ହଜି 
ମୋ ଏ ଗେଲି ନିଲୁ ମୋ ହୃଦୟେ ଆସିବ 
    ମୋ ସହ ସଦା ଯିବ ଭିଜି ।।


ଜାଣି ନାହଁ ତୁମେ କିଏ ଏ ମଧୁ ପରୀ
    ସେ ପରା ମୋର ନିଲୁ ଗେଲି 
ନୀଳ ସ୍ବପ୍ନେ ମୁଁ ହୋଇଛି ବିଭୋର ଆଜି 
     ମୋର ଆଶାର ତୁମେ ମଲ୍ଲୀ ।।

ତୁମ ଚୋରା ଆଖି ବହୁ ଯେ କଥା କହେ 
    ବୁଝେ ମୋ ହୃଦୟ ଭାବନା 
ନୀଳ ଆକାଶେ ଚମକେ ଏଇ ମୋ ଗେଲି 
     ଆଣିଛି ଯେ ପ୍ରେମର ବାସ୍ନା ।।

     ତ୍ରିନାଥ ପଟ୍ଟନାୟକ
  ଯୁବ ଅଧ୍ୟାପକ ତଥା କବି)
  ଗ୍ରାମ : ଗାନ୍ଧୀ ନଗର
   ପୋ:/ଜିଲ୍ଲା:କୋରାପୁଟ
    ମୋ:9438362172

Post a Comment

Previous Post Next Post