୨୪ ପ୍ରହରୀ ନାମଯଜ୍ଞ ପାଇଁ କଳସ ଯାତ୍ରା


କଣ୍ଟାମାଳ,୩୦।୫(ମନଧରକର୍ମୀ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତ ସଦର ଗ୍ରାମରେ ରଘୁନାଥ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ଆସନ୍ତା କାଲି ହେବାକୁ ଥିବା ୨୪ ପ୍ରହରୀ ନାମଯଜ୍ଞ ପାଇଁ ଆଜି କଳସ ଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ଶତାଧିକ ପୁରୁଷ ଓ ମହିଳା ନିକଟସ୍ଥ ସୋରି ବେଙ୍ଗେସ ନାଳରୁ କଳସୀରେ ପାଣି ନେଇ ଯଜ୍ଞ ସ୍ଥଳକୁ ଏକ ଶୋଭାଯାତ୍ରାରେ ଆଣିଥିଲେ । ପୂଜାର୍ଚ୍ଚନା ସହ ଯଜ୍ଞ ସ୍ଥଳରେ କଳସ ସ୍ଥାପନ କରା ଯାଇଥିଲା ।ଆସନ୍ତା କାଲି ଚବିଶ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହେବାକୁ ଥିବା ବେଳେ ରବିବାର ପ୍ରାଣ ପ୍ରତିଷ୍ଠା କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି । ଉକ୍ତ ଯଜ୍ଞ କାର୍ଯ୍ୟରେ ଗ୍ରାମର ନିଲାଞ୍ଚଳ ପ୍ରଧାନ ଓ ତାଙ୍କ ଧର୍ମପତ୍ନୀ ମନିଷା ପ୍ରଧାନ ଯଜ୍ଞ କର୍ତ୍ତା ଭାବେ ଦାୟିତ୍ଵ ତୁଲାଇଥିବା ବେଳେ ପୂଜକ ଭାବେ ଉତ୍ତର ପୁରୋହିତ ପୂଜା କାର୍ଯ୍ୟ ସମ୍ପାଦନା କରିଥିଲେ । ନାମଯଜ୍ଞ , ମୀନା ବଜାର ସହ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମିକଚର ରାମଲୀଳା ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିବା ନାମଯଜ୍ଞ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

Post a Comment

Previous Post Next Post