ରାସ୍ତାରୁ ଗୋଡ଼ଖସି ଜଣେ ମୃତ


ନୁଆପଡ଼ା:- ୩୦ /୫/(ବିରବଲ ପ୍ରଧାନ)ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ସୋସେଙ୍ଗ ପଞ୍ଚାୟତର ତାଲାବେଳା ଗ୍ରାମ ନିକଟ ଗିରିବାବନ ଦର୍ଶନ କରିବାକୁ ସପରିବାର ଯାଇଥିବା ଧନେଶ୍ଵର ମାଝୀ (୩୪)ଙ୍କ ଝରଣା ନିକଟ ପାହାଡିଆ ରାସ୍ତାରେ ଗୋଡ଼ ଖସିଯିବାରୁ ମୃତ୍ୟୁ ଘଟିଥିବା ଜଣା ପଡିଛି । ଧନେଶ୍ଵରଙ୍କ ଘର ନୂଆପଡା ଥାନା ଅନ୍ତର୍ଗତ କାଁକେରମଞ୍ଜି ହୋଇଥିବା ବେଳେ ସେ ତାଲାବେଳା ସ୍ଥିତ ନିଜ ଭିଣୋଇଙ୍କ ଘରକୁ ବୁଲିବାକୁ ଆସି ଗିରିବାବନ ଦର୍ଶନରେ ଯାଇଥିଲେ । ଖବରପାଇ କୋମନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରିଥିବା ଜଣାପଡିଛି ।

Post a Comment

Previous Post Next Post