ଜଙ୍ଗଲରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ


କୋମନା:- ୨୯ /୫/(ବିରବଲ ପ୍ରଧାନ)ନୂଆପଡ଼ା ଜିଲ୍ଲା କୋମନା ଥାନା ସୁନାବେଡ଼ା ଅଭୟାରଣ୍ୟ ସୋସେଙ୍ଗ ପଞ୍ଚାୟତ ଗୋତମା ନିକଟ ନାଥନିସିଲ ଜଙ୍ଗଲରେ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ପଡିଥିବା ଦେଖାଯାଇଛି। ହେଲେ ସୁନାବେଡ଼ା ଅଭୟାରଣ୍ୟ ମାଓବାଦୀପ୍ରବଣ ଅଞ୍ଚଳ ହୋଇଥିବାରୁ ଭୟରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନ ଥିବା ଜଣାପଡିଛି। ମୃତକଙ୍କ ପରିଚୟ ମିଳିନାହିଁ। ସୂଚନା ଅନୁଯାୟୀ ଉକ୍ତ ଜଙ୍ଗଲରେ ଯୁବକଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବାରୁ କେହି ହତ୍ୟା କରିଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି। ଅପରାହ୍ନରେ ଖବର ଜଣାପଡିଥିଲେ ମଧ୍ୟ ମାଓବାଦୀ ଭୟରେ ପାଲିସ ସେଠାକୁ ଯାଇ ନାହିଁ।ଏ ସମ୍ପର୍କରେ କୋମନା ଥାନା ଅଧିକାରୀ ସୁମନ୍ତ ନାଏକ କହିଛନ୍ତି, ଏ ନେଇ କୌଣସି ଅଭିଯୋଗ ଆସିନାହିଁ। ଅଭିଯୋଗ ହେବା ପରେ ବୁଧବାର ଘଟଣାସ୍ଥଳକୁ ଯାଇ ମୃତଦେହ ଜବତ ସହ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି।.

Post a Comment

Previous Post Next Post