ନୂଆପଡା (ପରମେଶ୍ୱର ମେହେର) ସିନପାଲି ବ୍ଲକ ବ୍ରାହ୍ମଣ ସମାଜ ଆନୁକୁଲ୍ୟ ରେ ଗତ କାଲି ଗୁରୁବାର ଅକ୍ଷୟ ତୃତୀୟା ଅବସର ରେ ଭଗବାନ୍ ପର୍ଶୁରାମ ଙ୍କ ପବିତ୍ର ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି । ଏହି ଉପଲକ୍ଷେ ସ୍ଥାନୀୟ ଅଗ୍ରସେନ ଭବନ ପରିସରରେ ପୂର୍ବାହ୍ନ ରେ ଶ୍ରୀ ପର୍ଶୁରାମ ଙ୍କ ପୂଜୋନତ୍ସବ ଓ ହୋମ ଯଜ୍ଞ ଅନୁଷ୍ଠିତ ହୋଇ ଥିଲା । ଶ୍ରୀଯୁକ୍ତ ନାରାୟଣ ପାତ୍ର ସପତ୍ନିକ ଏଥିରେ କର୍ତ୍ତା ଭାବରେ ଦାୟିତ୍ବ ନିର୍ବାହ କରିଥିଲେ । ସଂଧ୍ୟା ରେ ଏକ ବିରାଟ ସାଂସ୍କୃତିକ ଶୋଭାଯାତ୍ରା ସହିତ ସିନାପାଲି ନଗର ପରିକ୍ରମା ଅନୁଷ୍ଠିତ ହୋଇ ଥିଲା । ଏଥିରେ ଶତାଧିକ ମହିଳା ଓ ପର୍ଶୁରାମ ବାହିନୀ ଯୋଗ ଦେଇ ଥିଲେ । ପରେ ବ୍ଲକ ବ୍ରାହ୍ମଣ ସମାଜ ସଭାପତି ପ୍ରମୋଦ କୁମାର ପଣ୍ଡା ଙ୍କ ସଭାପତିତ୍ବ ରେ ଏକ ସାଂସ୍କୃତିକ ସଭା ଅନୁଷ୍ଠିତ ହୋଇ ଥିଲା । ବରିଷ୍ଠ ନାଗରିକ ତଥା ଅବସର ପ୍ରାପ୍ତ ଆଦର୍ଶ ଶିକ୍ଷକ ସଦାନନ୍ଦ ଠାକୁର ମୂଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ଡ ଉମେଶ ଚନ୍ଦ୍ର ଶତପଥୀ ମୂଖ୍ୟ ବକ୍ତା ଭାବରେ ଓ ଅବସର ପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଇନ୍ଦ୍ରମଣି ପାଣିଗ୍ରାହି ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ । ବ୍ଲକ ବ୍ରାହ୍ମଣ ସମାଜ ର ସମ୍ପାଦକ ଅଶ୍ୱିନୀ କୁମାର ଯୋଷୀ ବାର୍ଷିକ ବିବରଣୀ ପଠନ କରିଥଲେ । ମହାବୀର ପ୍ରସାଦ ଯୋଷୀ ଅତିଥି ମାନଙ୍କୁ ମଂଚ କୁ ଆମନ୍ତ୍ରଣ କରିଥିବା ବେଳେ ଅତୁଲ କୁମାର ପାତ୍ର ମଣ୍ଡଳ କର୍ମକର୍ତ୍ତା ଙ୍କୁ ଭଗବାନ ପର୍ଶୁରାମ ଙ୍କ ଫୋଟୋ ଚିତ୍ର ପ୍ରଦାନ କାର୍ଯ୍ୟକ୍ରମ ପରିବେଷଣ କରିଥଲେ । ସେହିପରି ପରେଶ ନାଥ ପାଣିଗ୍ରାହୀ ଓ ପ୍ରଭାତ ନଳିନୀ ବେହେରା ସଂଯୋଜନା କରିଥିଲେ ଓ ସଂଜୟ କୁମାର ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ । ସଭା ପ୍ରାରମ୍ଭ ରେ ପ୍ରଜ୍ଞା ବାହିନୀ ଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରଯାଇଥିଲା । ଏହି ଅବସର ରେ ୧୦୮ ଦୀପ ପ୍ରଜ୍ଜ୍ୱଳନ କରଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ସିନାପାଲି, ବୋଡ଼େନ ଓ ଖଡ଼ିଆଳ ସମେତ ନୂଆପଡ଼ା ଜିଲ୍ଲା ଓ ପଡୋଶୀ କଳାହାଣ୍ଡି ଜିଲ୍ଲା ର ପ୍ରାୟ ଏକ ହଜାର ଲୋକ ଙ୍କ ସମାଗମ ହୋଇ ଥିଲା । ପର୍ଶୁରାମ ବାହିନୀ କାର୍ଯ୍ୟକ୍ରମ ଆୟୋଜନ ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।

Post a Comment