ନୂଆପଡ଼ା ନେସନାଲ କଲେଜ୍ ପରିସର ମଧ୍ୟରେ ଜିଲ୍ଲା ନିର୍ବାଚନ ନିୟନ୍ତ୍ରଣ କକ୍ଷ ରୁ କର୍ମଚାରୀ ଇଭିଏମ୍, ଭିଭିପେଡ୍ ନିର୍ବାଚନୀ ସାମଗ୍ରୀ ନେଇ ମତଦାନ କେନ୍ଦ୍ର କୁ ଗସ୍ତ


ନୁଆପଡ଼ା (ବିରବଲ ପ୍ରଧାନ) ନୂଆପଡ଼ା ଜିଲ୍ଲା ରେ ଦୁଇ ଗୋଟି ବିଧାନସଭା କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଟେ। ଆସନ୍ତା ୧୩ ତାରିଖ ଦିନ ମତଦାନ ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜିଁ ନିର୍ବାଚନ ପ୍ରସ୍ତୁତି ଚୂଡାନ୍ତ ହୋଇଅଛି। ଓଡ଼ିଶା ର ପ୍ରଥମ ପର୍ଯ୍ୟାୟ ଏବଂ ଦେଶର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ରେ ନିୟୋଜିତ କର୍ମଚାରୀ ମାନେ ନିର୍ବାଚନ ପାଇଁ ଆବଶ୍ୟକ ଥିବା ସମସ୍ତ ସାମଗ୍ରୀ ନେଇ ମତଦାନ କେନ୍ଦ୍ର କୁ ଯାଉଛନ୍ତି।


ନୂଆପଡ଼ା ନେସନାଲ କଲେଜ୍ ପରିସର ମଧ୍ୟରୁ ଜିଲ୍ଲା ନିର୍ବାଚନ ନିୟନ୍ତ୍ରଣ କକ୍ଷ ସ୍ଥାପିତ ହୋଇଥିବା ବେଳେ କର୍ମଚାରୀମାନେ ଇଭିଏମ୍, ଭିଭିପେଡ୍ ଏବଂ ନିର୍ବାଚନୀ ସାମଗ୍ରୀ ନେଇ ମତଦାନ କେନ୍ଦ୍ର କୁ ଗସ୍ତ କରିଛନ୍ତି। ଜିଲ୍ଲା ରେ ଦୁଇ ଗୋଟି ମତଦାନ କେନ୍ଦ୍ର ରହିଥିବା ବେଳେ ୬୦୪ ଗୋଟି ବୁଥ ରହିଅଛି। ଆଜି ଖଡିଆଳ ନିର୍ବାଚନ ମଣ୍ଡଳୀ ର ବୁଥ କୁ ନିର୍ବାଚନ କର୍ମଚାରୀ ମାନେ ମତଦାନ କେନ୍ଦ୍ରକୁ ଗସ୍ତ କରୁଛନ୍ତି। ଖଡ଼ିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ୩୦୨ ଗୋଟି ମତଦାନ କେନ୍ଦ୍ର ରହିଥିବା ବେଳେ ଆଜି ୨୮୨ ଗୋଟି ବୁଥ କୁ କର୍ମଚାରୀ ମାନେ ନିର୍ଦ୍ଧାରିତ ବୁଥ ଗସ୍ତ କରିଛନ୍ତି। ଆସନ୍ତା କାଲି ୨୦ ଗୋଟି ସକ୍ଷୀ ବୁଥ କୁ କର୍ମ ଗସ୍ତ କରିବେ।

Post a Comment

Previous Post Next Post