ନୂଆପଡ଼ା (ବିରବଲ ପ୍ରଧାନ) ନୂଆପଡ଼ା ଜିଲ୍ଲାରେ ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବାର ଖବର ମିଳିଛି। ନୂଆପଡ଼ା ଜିଲ୍ଲା ତରବୋଡ ଫାର୍ମ ନିକଟରେ କାର ଧକ୍କାରେ ଜଣେ ପୋଲିଂ କର୍ମଚାରୀଙ୍କ ପ୍ରାଣହାନି ଘଟିଛି। ସେ ରାନିମୁଣ୍ଡାରେ ପ୍ରିଜାଇଡିଂ ଅଫିସର ଭାବରେ ନିଯୁକ୍ତ ଥିଲେ। ମତଦାନ ପରେ ରାତିରେ ଇଭିଏମ୍ ଦାଖଲ କରି ସକାଳେ ସେ ନିଜ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ତାଙ୍କ ନାଁ ପ୍ରସନ୍ନ କୁମାର ନାୟକ ବୋଲି ଜଣାପଡ଼ିଛି।
ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ
ଆଜତକ ଓଡ଼ିଶା
0
Post a Comment