ନୂଆପଡା ଜିଲ୍ଲା ସଦର ସିନାପାଲି ରତାଖଣି ଖେଳ ପଡିଆଠାରେ ଚାଲିଥିବା ସିନାପାଲି ପ୍ରେମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏ ଅବସରରେ ମୁଖ୍ୟ ଅତିଥି ଭାବରେ ସିନାପାଲି ବଣିକ ସଂଘ ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ଜୈନ, ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ରଜନୀକାନ୍ତ ମାଝି, (ସମାଜସେବୀ) ଶ୍ରୀଯୁକ୍ତ ସଞ୍ଜୀବ ଭକ୍ତ, ଶ୍ରୀକାନ୍ତ ମେହେର(ସିନାପାଲି ନାଏବ ସରପଞ୍ଚ), ଶ୍ରୀ ଜଗନ୍ନାଥ ସାଗର (ମର୍ଣିଙ୍ଗ କ୍ଲବ ସଭାପତି), ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ଏହି ଟୁର୍ଣ୍ଣାମେଣ୍ଟରେ ସିନାପାଲି ର ୮ ଟି ଦଳ ଅଂଶଗ୍ରହଣ କରିଥିବାବେଲେ ଆଦର୍ଶ କ୍ଲବ ଓ ମର୍ଣିଂଙ୍ଗ କ୍ରିକେଟ କ୍ଲବ ଦଳ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯାଇଥିଲା ।ଏଥିରେ ପ୍ରଥମେ ଆଦର୍ଶ କ୍ଲବ ଟସ୍ ଜିଣି ବ୍ୟାଟିଂ ର ନିଷ୍ପତି ନେଇଥିଲା ଓ ନିର୍ଦ୍ଧାରିତ ୧୦ଓଭର୍ ରେ ୬ ୱିକେଟ ହରାଇ ୧୧୬ କରିଥିଲା । ୧୧୭ ରନ ର ଲକ୍ଷ୍ୟନେଇ ମର୍ଣିଙ୍ଗ କ୍ରିକେଟ କ୍ଲବ ନିର୍ଦ୍ଧାରିତ ୯.୪ ଓଭରେ ୯୭ ରନ କରି ସମସ୍ତ ୱିକେଟ ହରାଇ ପରାଜୟ ହୋଇଥିଲା ।ଏଥିରେ ଆଦର୍ଶ କ୍ଲବ ବିଜୟୀ ହୋଇଥିଲା । ଉକ୍ତ ମ୍ୟାଚ୍ ରେ ଖେଳ ପରିଚାଳକ ଭାବରେ କାହ୍ନୁଚରଣ ସାଗର ଓ ଦେବରାଜ ସାହୁ କାର୍ଯ୍ୟ ତୁଲାଇଥିଲେ ଓ ସ୍କୋର ଭାବରେ ଶୁଭମ୍ ସାହୁ ଓ ଅନଲାଇନ ସ୍କୋରାର ଚିତ୍ତରଞ୍ଜନ ମେହେର କାର୍ଯ୍ୟ ତୁଲାଇଥିବାବେଲେ ଭାସ୍ୟକାର୍ ଭାବେ ଶ୍ରୀଯୁକ୍ତ ବିନ୍ଦୁ ସାଗର ମେହେର ଓ ଦୁଷ୍ମନ୍ତ ସା କାର୍ଯ୍ୟ ତୁଲାଇଥିଲେ । ଶେଷରେ ବିଜୟୀ ଦଳକୁ ନଗଦ ରାଶି ସହ ଟ୍ରଫି ପ୍ରଦାନ କରାଯାଇଥିଲା ଓ ପରାଜୟ ଦଳକୁ ମଧ୍ୟ ନଗଦ ରାଶି ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ବବ୍ଲୁ ମେହେର ମେନ୍ ଅଫ୍ ଦି ସିରିଜ୍ ଓ ମଳୟ ମହାଲିଂ ଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ୍ ପୁରସ୍କାର ଦିଆଯାଇଥିଲା ।ଏହି ଟୁର୍ଣ୍ଣାମେଣ୍ଟକୁ ସିନାପାଲିର ଇଲୁ ସୋନି,ଜଗା ମେହେର, ସଚିନ ଯୋଶୀ,ଗିରିଶ ମେହେର, ରଜୁ କାଣ୍ଡ, ହେମସାଗର ମେହେରଙ୍କ ସମେତ ସମସ୍ତ ଖେଳାଳି ମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।
ନୂଆପଡ଼ା ଜିଲ୍ଲା ରୁ ପରମେଶ୍ବର ମେହେରଙ୍କ ରିପୋର୍ଟ
Post a Comment