ନୁଆପଡ଼ା (ବିରବଲ ପ୍ରଧାନ) ନୂଆପଡା ଜିଲ୍ଲା ଖଡିଆଳ ରେ ପବିତ୍ର ଚୈତ୍ର ଶୁକ୍ଳ ପ୍ରତିପଦା ହିନ୍ଦୁ ନବ ବର୍ଷ ଉପଲକ୍ଷେ ହିନ୍ଦୁ ନବ ବର୍ଷ ପାଳନ ସମିତି ଖଡ଼ିଆଳ ତରଫରୁ ମହା ସମାରୋହରେ ନବ ବର୍ଷ ପାଳନ କରାଯାଇଛି। ସାଇ ପରିବାର ତରଫରୁ ଖଡ଼ିଆଳ ନଗର ରେ ପ୍ରଭାତ ଫେରି ଅନୁଷ୍ଠିତ। ଆଦ୍ୟ ସର ସଂଘ ଚାଲକ ପ୍ରଣାମ ସ୍ଥାନୀୟ ଅଗ୍ରସେନ ଭବନ ଠାରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ ରେ ଖଣ୍ଡ ଚାଲକ ବିନୋଦ ଅଗ୍ରୱାଲ, ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା ପୁସ୍ତମ ସୁନାନୀ ବକ୍ତା ଭାବରେ ବୌଦ୍ଧିକ ରଖିଥିଲେ। ଏକ ବିଶାଳ ଶୋଭାଯାତ୍ରା ଦଧିବାମନ ମନ୍ଦିର ରୁ ବାହାରି ବ୍ଲକ ଛକ ଦେଇ ଅଗ୍ରସେନ ଭବନ ଠାରେ ପରିସମାପ୍ତି ହୋଇଥିଲା।
ଶୋଭାଯାତ୍ରା ରେ ଲମ୍ବୋଦର ନିଆଲ, ହିତେଶ ବଗର୍ତ୍ତୀ, ଅଧୀରାଜ ପାଣିଗ୍ରାହୀ, ସଞ୍ଜୟ ତିୱାରୀ, ଉଜ୍ଜଳ ଗୁପ୍ତା, ଚିଣ୍ଟୁ ଚଲାନ ସାମିଲ ହୋଇଥିବା ବେଳେ ଶୋଭାଯାତ୍ରା ଆବାହଜ ବିଭୂତି ଭୂଷଣ ବିଶି, ସଜ୍ଜନ ଅଗ୍ରୱାଲ,ସମ୍ପାଦକ ଗରୁଡ଼େଶ୍ୱର ଗହୀର, କୋଷାଧକ୍ଷ ବିକାଶ ବଂଶଲ, ଜଗବନ୍ଧୁ ବାରିକ, ଦିଲ୍ଲୀପ ତ୍ରିବେଦୀ, ଜଗଦୀଶ ତ୍ରିବେଦୀ ଜନାର୍ଦନ ପାତ୍ର, ସୁରେଶ ହଟୱାର, ରତ୍ନାକର ସାହୁ, ସୁରେଶ ଦଣ୍ଡସେନା, ସୁଜିତ ପାତ୍ର, ଜୟ ମାତା ଦି ଗୁରୁପ ଓଁ ପ୍ରକାଶ ଚୌଧୁରୀ ପ୍ରବିନ ତ୍ରିବେଦୀ କମଳ ବର୍ମା ଦୀପକ ବର୍ମା ରଜତ ବର୍ମା ,ଅର୍ଜୁନ ପ୍ରଧାନୀ ଶମ୍ବୁ ତ୍ରିବେଦୀ ପ୍ରମୁଖ ସହଯୋଗ କରିଥିଲେ। ତାପରେ ସାଂକୃତିକ କାର୍ଯ୍ୟକ୍ରମ ରେ ଦଳଗତ ନୃତ୍ୟ ହୋଇଥିଲା। ଏଥିରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଲିଟିଲ ଷ୍ଟାର ପବ୍ଲିକ ସ୍କୁଲ, ସାମିଲ ହୋଇଥିଲେ।
Post a Comment