ନୁଆପଡ଼ା (ବିରବଲ ପ୍ରଧାନ) ନୂଆପଡା ଜିଲ୍ଲା ଖଡିଆଳ ସ୍ଥିତ ଲୋକଦୃଷ୍ଟି କଲେଜର ୧୬ ତମ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ପୂଜାର୍ଚ୍ଚନା ଓ ପ୍ରାରମ୍ଭିକ ସଙ୍ଗୀତ ପରେ ପରିଚାଳନା କମିଟି ସଭାପତି ଅବନୀ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଲୋକଦୃଷ୍ଟି ଚେୟାରମେନ ମେଜର ଡଃ ରାମ ଚନ୍ଦ୍ର ମିଶ୍ର, ମୁଖ୍ୟ ବକ୍ତା ବଳଭଦ୍ର ମହାନ୍ତି ଶିକ୍ଷାବିତ ଡଃ ଫଣିନ୍ଦମ୍ ଦେଓ, ପ୍ରାଧ୍ୟାପକ ଲୋହିତାକ୍ଷ ଯୋଷୀ,ହରିଶ ବଗର୍ତ୍ତି ଯୋଗଦେଇ ଶିକ୍ଷାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ସୁକଲ୍ ଡାଏରୀ ପୁସ୍ତକ ଉନ୍ମୋଚନ ପରେ ପ୍ରାଧ୍ୟାପକ ସାମୁଏଲ ଦାନୀ ସମୀକ୍ଷା କରିଥିଲେ। ଅଧ୍ଯକ୍ଷ ତାପସ ପାଣିଗ୍ରାହୀ ବାର୍ଷିକ ବିବରଣୀ ପାଠ କରିଥିଲେ ।ଏହାପରେ ଦେବଦାସ,ଅମୂଲ୍ୟ ପଟ୍ଟନାୟକ, ପ୍ରୟାଗଦତ ଯୋଷୀ,କପିଲ ନାରାୟଣ ତିୱାରୀ,ନିକୁଞ୍ଜ ପାଣିଗ୍ରାହୀ,ଜଗବନ୍ଧୁ ଦାସ ସ୍ମୃତି ସ୍ମାରକୀ ମାନପତ୍ର ଓ ଅର୍ଥ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ତଥା ବିଭିନ୍ନ ପ୍ରତିଯୋଗିତାରେ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।ଅଧ୍ୟାପିକା ଶ୍ବେତା ମହାପାତ୍ରଙ୍କ ଧନ୍ୟବାଦ୍ ଅର୍ପଣ ପରେ ଉଚ୍ଚକୋଟୀର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Post a Comment