ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ବାଧୀନ ପ୍ରାର୍ଥୀ ରୂପେ ଆଦିବାସୀ ନେତା ଘାସିରାମ ମାଝୀଙ୍କ ନାମାଙ୍କନ ପତ୍ର ଦାଖଲ


ନୂଆପଡା (ବିରବଲ ପ୍ରଧାନ) ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ବାଧୀନ ପ୍ରାର୍ଥୀ ରୂପେ ଆଦିବାସୀ ନେତା ଘାସିରାମ ମାଝୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡ଼ା ରିଟର୍ଣିଙ୍ଗ ଅଧୂକାରୀ ତଥା ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀଙ୍କୁ ଆଜି ପ୍ରଥମ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଖରୀଆର ରୋଡ ଠାରୁ ବାଇକ୍ ରାଲି ରେ ବାହାରି ନୂଆପଡ଼ା ଠାରେ ପହଞ୍ଚିଥିଲା। ହଜାର ସଂଖ୍ୟକ ସମର୍ଥକ ଙ୍କ ସହ ରିଟର୍ଣିଙ୍ଗ ଅଧିକାରୀଙ୍କ କାର୍ଯ୍ୟାଳୟକୁ ପହଞ୍ଚି ଥିଲେ ଓ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଚଳିତ ନିର୍ବାଚନ ରେ କଂଗ୍ରେସ ଦଳରୁ ଆଶାୟୀ ପ୍ରାର୍ଥୀ ଥିବା ବେଳେ ଦଳ ଟିକେଟ ନ ଦେବାରୁ ଆଦିବାସୀ ସମୂହ ମିଳିତ ରୂପେ ତାଙ୍କୁ ସ୍ବାଧୀନ ପ୍ରାର୍ଥୀ ରୂପେ ମନୋନୀତ କରି ନିର୍ବାଚନ ରେ ଲଢେଇ କରିବାକୁ ଆହ୍ବାନ କରିଥିଲେ। ଆଜି ଆଦିବାସୀ ନେତା ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।


Post a Comment

Previous Post Next Post