ସିନାପାଲି, ୧୯।୪ ସିନାପାଲି ବ୍ଲକ ଅନ୍ତର୍ଗତ ପଲସାପଡା ଠାରେ ଆୟୋଜକ କମିଟି ଗ୍ରାମବାସୀ ଆନୁକୂଲ୍ୟରେ ବାବା ସାହେବ ଡାଃ ଭିମରାଓ ଆମ୍ୱେଦକର ଓ ମହାତ୍ମା ଜ୍ୟୋତିରାଓ ଫୁଲେ ଙ୍କ ସଂଯୁକ୍ତ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି।ଗ୍ରାମର ଶତାଧିକ ଜନସାଧାରଣ ଏକତ୍ରୀତ ହୋଇ ଆମ୍ୱେଦକର ଓ ଜ୍ୟୋତିରାଓ ଫୁଲେ ଙ୍କ ସୁବିଚାର ଉପରେ ନାରାଦେଇ ଗ୍ରାମ ପରିକ୍ରମା କରିଥିଲେ। ମୁଖ୍ଯ ଅତିଥି ଭାବେ ଘଣ୍ଟିଗୁଡା ପଞ୍ଚାୟତ ସରପଞ୍ଚ ତଥା ସିନାପାଲି ବ୍ଲକ ସରପଞ୍ଚ ସଂଘ ସଭାପତି ଖୁଟୁରାମ ସୁନାନୀ ଯୋଗଦାନ କରିଥିବା ବେଲେ ସମ୍ମାନିତ ଅତିଥି ଭାବେ ସିନାପାଲି ବ୍ଲକ ଡମଗଣା ସମାଜ ସଭାପତି କୈଲାଶ ଚନ୍ଦ୍ର ବାଗ, ଭରତଚନ୍ଦ୍ର ବାଗ, ଶୋଭାରାମ ମହାନନ୍ଦ, ଗଙ୍ଗାଧର ବାଗ, ଦ୍ରୋଣ ଜଗତ ପ୍ରମୁଖ ମଞ୍ଚାସୀନ ଥିଲେ।ସେଠାରୁ ଅତିଥି ମାନେ ଆମ୍ୱେଦକର ଓ ଫୁଲେ ଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରି ଦିପ ପ୍ରଜଲିତ କରିଥିଲେ। ଅତିଥି ସ୍ୱାଗତ ଅଭିଭାଷଣ ତଥା ମଞ୍ଚ ପରିଚାଳନା ମନୋଜ ମହାନନ୍ଦ କରିଥିଲେ।ଅତିଥି ମାନେ ଆମ୍ୱେଦକର ଓ ଫୁଲେ ଙ୍କ ବିଚାରଧାରା ସମାଜିକ ସଂଗଠିତ ଉପରେ ନିଜନିଜ ମତ ପ୍ରକାଶ କରିଥିଲେ। ଏହି ସମାରୋହରେ ରମେଶ ଜଗତ, ଟୁନା ଜଗତ, ନେତ୍ରାନନ୍ଦ ମହାନନ୍ଦ, ଖଗେଶ୍ୱର ମହାନନ୍ଦ, ରାଘବ ମହାନନ୍ଦ, ସଞ୍ଜୁ ଜଗତ, ପ୍ରୁଥିରାଜ ଜଗତ, ପ୍ରିନ୍ସ ବାଗ, ଲିଲିମ୍ୱର ତାଣ୍ତି ସମେତ ଅନ୍ୟାନ୍ୟ ଲୋକେ ସହଯୋଗ କରିଥିଲେ।ଏହି ସମାରୋହରେ ସ୍ଥାନୀୟ ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ। ଶେଷରେ ଶୋଭାରାମ ମହାନନ୍ଦ ଧନ୍ଯବାଦ ଅର୍ପଣ କରିଥିଲେ।
ନୁଆପଡ଼ା ଜିଲ୍ଲା ରୁ ପରମେଶ୍ବର ମେହେରଙ୍କ ରିପୋର୍ଟ
Post a Comment