ନୁଆପଡ଼ା (ବିରବଲ ପ୍ରଧାନ) ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ଙ୍କୁ ନେଇ ବିଜେପି କାର୍ଯ୍ୟକର୍ତ୍ତା ଙ୍କ ଅସନ୍ତୋଷ ଦେଖା ଦେଇଛି।ଯେତେ ବେଳେ ଓଡ଼ିଶା ବିଜେପି ପକ୍ଷରୁ ୧୧୨ ଟି ବିଧାୟକ ପ୍ରାର୍ଥୀ ଙ୍କ ନାମ ଘୋଷଣା ହେଲା ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା ଙ୍କ ପୁଅ ଅଭିନନ୍ଦନ ପଣ୍ଡା ଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କଲା ଦଳ ।ଏହାକୁ ନେଇ ବିଜେପି କର୍ମୀ ଙ୍କ ମନ ଅସନ୍ତୋଷ ପ୍ରକାଶ ପାଇଲା ।ବିଭିନ୍ନ ଆଲୋଚନା,ସଭା ହୋଇ ବହୁ କର୍ମୀ ଙ୍କ ମନ ରେ ପ୍ରଶ୍ନ ଉଙ୍କି ମାରିଲା ଦଳ ହାରିବା ଲୋକଙ୍କୁ ଦଳ ଟିକେଟ ଦେଇ ଭୁଲ କରିଛି ବୋଲି କହିଲେ କର୍ମୀ ।
ଆଶାୟୀ ପ୍ରାର୍ଥୀ ପ୍ରଶନ୍ନ ପାଢ଼ୀ ଓ ଯଦୁମଣି ପାଣିଗ୍ରାହୀ ଦୁଇ ଜଣ ଙ୍କ ମଧ୍ୟ ରୁ ଯାହାକୁ ବି ଦଳ ଟିକେଟ ଦେବା କଥା କିନ୍ତୁ ଅଭିନନ୍ଦନ ଙ୍କୁ ଟିକେଟ ଦେଇ ପରିବାରବାଦ୍ କରିଛି ବୋଲି କହିଛନ୍ତି ।ଆଜି ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାର ବହୁ ବିଜେପି କର୍ମୀ ବସି ପ୍ରତିବାଦ କରିଛନ୍ତି । ଅଭିନନ୍ଦନ ଙ୍କୁ ଟିକେଟରୁ ବାଦ୍ ଦେଇ ପୁନଃ ବିଚାର କରି ଅନ୍ୟ ଆଶାୟୀ ପ୍ରାର୍ଥୀ ଙ୍କୁ ଟିକେଟ ପ୍ରଦାନ କରିବା କୁ ଦାବି କରିଛନ୍ତି । ପ୍ରତିବାଦ କରି ବିଜେପି ରାଜ୍ୟ ସଭାପତି ଓ ନେତ୍ରୁ ମଣ୍ଡଳୀ ଙ୍କୁ ଜଣାଇଛନ୍ତି ।
Post a Comment