ଜୟ ଶ୍ରୀ ରାମ ଧ୍ବନିରେ ଗୁଞ୍ଜରିତ ହେଲା ସିନାପାଲି ସହର


ନୁଆପଡ଼ା ଜିଲ୍ଲା ରୁ ପରମେଶ୍ବର ମେହେରଙ୍କ ରିପୋର୍ଟ 
: ନୂଆପଡ଼ା ଜିଲ୍ଲା ସଦର ସିନାପାଲି ରେ ଶ୍ରୀ ରାମ ପୂଜା କମିଟି ନେତୃତ୍ବରେ ଶ୍ରୀ ରାମ ନବମୀ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରଥମେ ଶ୍ରୀ ରାମ ଛକରେ ଶ୍ରୀ ରାମଙ୍କ ପ୍ରତି ଛବି କୁ ପୂଜାର୍ଚ୍ଚନା କରାଯାଇଥିଲା ।ଏଥିରେ କର୍ତ୍ତା ଭାବେ ସୁଶିଲ କୁମାର ଯୋଶୀ ଓ ତାଙ୍କ ଧର୍ମ ପତ୍ନୀ ରିତାଞ୍ଜଳି ଯୋଶୀ ଓ ପୂଜକ ଭାବରେ ଯକ୍ତାନନ୍ଦ ଦାସ କାର୍ଯ୍ୟ ତୁଲାଇଥିଲେ।ପରେ ଶ୍ରୀ ରାମ ଛକ ରୁ ଏକ ବିରାଟ ଶୋଭାଯାତ୍ରା ବାହାରି ତ୍ରିନାଥ ଛକ, ବସଷ୍ଟାଣ୍ଡ,ରାବଣ ଛକ,ଜଗନ୍ନାଥ ଛକ, ଗାୟତ୍ରୀ ଛକ ପରିକ୍ରମା ସମୟରେ ଜୟ ଶ୍ରୀରାମ ଧ୍ବନିରେ ସିନାପାଲି ସହର ଥରି ଉଠିଥିଲା।ଏଥିରେ ସିନାପାଲି ଶ୍ରୀ ରାମ କମିଟିର ସଭାପତି ପ୍ରଶାନ୍ତ କୁମାର ନାଏକ, ବନବିହାରୀ ମେହେର,ପୁଷ୍ପା ନାଏକ , ଭାନୁମତୀ ମେହେର,ଦମୟନ୍ତୀ ମେହେର, କଳ୍ପଲତା ମେହେର,ଗୀତା ମେହେର, ମିଥିଳା ମେହେର,ସସ୍ମିତା ସାଗର,ପୀୟୂଷ ପଟେଲ, ହେପି ଅଗ୍ରୱାଲ, ଲକି ମେହେର,ଇଲୁ ସୋନି, ଗଣେଶ ସାଗର,ସନ୍ତୋଷ ନାୟକ, ବନ ମେହେର,କାହ୍ନୁ ଚରଣ ସାଗର, ସୁରେଶ ସାଗର, ସୁଶାନ୍ତ କୁମାର ନାଏକ,ଲବ ମେହେରଙ୍କ ସମେତ ଏଥିରେ ଆଖପାଖ ଅଞ୍ଚଳର ଶତାଧିକ ଶ୍ରୀ ରାମ ଭକ୍ତ ଅଂଶ ଗ୍ରହଣ କରିଥିଲେ ।ଏଥିରେ ସିନାପାଲି ପୋଲିସ୍ ଶାନ୍ତି ଶୃଙ୍ଖଳା ବଜାୟ ରଖିଥିଲେ ଓ ବିଶେଷ ସହଯୋଗ କରିଥିଲେ ।

Post a Comment

Previous Post Next Post