ବିଜେଡି ରାଜ୍ୟ ସମ୍ପାଦକ ସରୋଜ ସାହୁଙ୍କ ଇସ୍ତଫା


ନୁଆପଡ଼ା (ବିରବଲ ପ୍ରଧାନ) ବିଜେଡି ଦଳର ରାଜ୍ୟ ସମ୍ପାଦକ ସରୋଜ ସାହୁ ଇସ୍ତଫା ଦେଇଛନ୍ତି । ଇସ୍ତଫାପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି ସୂଚନାଯୋଗ୍ୟ, ଗତ ୯ ମାର୍ଚ୍ଚରେ ବର୍ତ୍ତମାନର ବିଧାୟକ ତଥା ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ଟିକଟ ନଦେବା ପାଇଁ ସାମ୍ବାଦିକ ସମ୍ମିଳନୀ କରି ଦଳର ଶୀର୍ଷ ନେତୃତ୍ବଙ୍କୁ ଜଣାଇଥିଲେ । ସାମ୍ବାଦିକ ସମ୍ମିଳନୀରେ ସେ ରାଜେନ୍ଦ୍ର ଢୋଲକିଆଙ୍କୁ ଟିକଟ ନ ଦେବାପାଇଁ ଉପରିସ୍ଥ ଦଳୀୟ ନେତାଙ୍କୁ ଜଣାଇଥିଲେ ଯଦି ଢୋଲକିଆଙ୍କୁ ଟିକଟ ଦିଆଗଲେ ଆମେ ଦଳରୁ ଇସ୍ତାଫା ଦେବୁବୋଲି ଘୋଷଣା କରିଥିଲେ । ଆଜି ସାମାଜିକ ଗଣମାଧ୍ଯମରେ ଦଳ ପ୍ରତି ତାଙ୍କର ଆନୁଗତ୍ୟ ବିଷୟରେ କହିବା ସହ ଅମେ ବିଭିନ୍ନ ମାଧ୍ୟମରେ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ଟିକଟ ନଦେବା ପାଇଁ ଦାବି କରିଥିଲୁ । ଦଳର ଶୀର୍ଷ ନେତୃତ୍ବ ଆମ କଥାକୁ ଅଣଦେଖା କରି ପୁଣିଥରେ ଢୋଲକିଆ ଙ୍କୁ ନୂଆପଡ଼ା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିଥିବାରୁ ସେ ବ୍ୟଥିତ ହୋଇ ଏପରି ଏକ ନିଷ୍ପତ୍ତି ନେବାକୁ ବାଧ୍ୟ ହେଉଛି ବୋଲି କହିଛନ୍ତି । ଏହା ସହ ନିଜର ଆଗାମୀ ରାଜନୈତିକ ପଦକ୍ଷେପ ସମ୍ପର୍କରେ ନିଜର ଶୁଭେଚ୍ଛୁ ଓ ସମର୍ଥକ ମାନଙ୍କ ସହ ଅଲୋଚନା କରିବା ପରେ ଜଣାଇବି ବୋଲି କହିଛନ୍ତି । ନୂଆପଡ଼ା ଲଢ଼େଇ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ବିଜେଡି ନେତା ଦଳ ଛାଡ଼ିବା ଚିନ୍ତାର କାରଣ ହୋଇଛି । ଦଳୀୟ ନେତୃତ୍ବ ନେତା ଓ କର୍ମୀଙ୍କ ମଧ୍ୟରେ ଦେଖା ଦେଇଥିବା ଅସନ୍ତୋଷ ପ୍ରଶମିତ କରି କିପରି ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରାଉଛନ୍ତି ତାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଛି ।

Post a Comment

Previous Post Next Post