ନୁଆପଡ଼ା (ବିରବଲ ପ୍ରଧାନ) ନୂଆପଡ଼ା ଜିଲ୍ଲା ଜୋଙ୍କ ପୁଲିସ ପାଟ୍ରୋଲିଂ ସମୟରେ ୨୬ କେଜି ଗଞ୍ଜେଇ ଜବତ କରିବା ସହ ଜଣେ ଯୁବକକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଉତ୍ତର ପ୍ରଦେଶ ରାଜ୍ୟ କନପୁର ଜିଲ୍ଲା ଅକବରପୁର ଥାନା ପହରପୁର ଗାଁର ପିଣ୍ଟୁ ସିଂ। ଆଜି ଅପରାହ୍ନରେ ଅଭିଯୁକ୍ତ ପିଣ୍ଟୁଙ୍କୁ କୋର୍ଟଚାଲାଣ କରାଯାଇଥିବା ଜୋଙ୍କ ଥାନା ଆଇଆଇସି ଗୁରୁଦେବ କର୍ମୀ ସୂଚନା ଦେଇଛନ୍ତି। ଗତ ୧୭ ତାରିଖ ରାତିରେ ଜୋଙ୍କ ଥାନା ଆଇଆଇସି ଶ୍ରୀ କର୍ମୀଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ଅରବିନ୍ଦ ମେହେରଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ଖରିଆରରୋଡ଼ ସହରରେ ପାଟ୍ରୋଲିଂ କରୁଥିଲା। ଗତକାଲି ଭୋର ସକାଳୁ ଜଲାରାମ ଛକ ନିକଟରେ ଜଣେ ଅଜଣା ବ୍ୟକ୍ତି ଏକ ବ୍ୟାଗ ଧରି ରେଲୱେ ଷ୍ଟେସନକୁ ଯାଉଥିଲା। ପୁଲିସ ଟିମ ସନ୍ଦେହରେ ଯୁବକଙ୍କୁ ପଚରାଉଚୁରା କରିବା ସହ ବ୍ୟାଗକୁ ଯାଞ୍ଚ କରିଥିଲେ। ବ୍ୟାଗରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ପୁଲିସ ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତ ପିଣ୍ଟୁକୁ ଗିରଫ କରିଥିଲା। ଏହି ଅଭିଯୁକ୍ତ ଜଣକ କୋମନା ଥାନା ଜେଠୁପାଲି ଗାଁରୁ ଉତ୍ତରପ୍ରଦେଶ ରାଜ୍ୟକୁ ଗଞ୍ଜେଇ ଚୋରାଚାଲାଣ କରୁଥିବା ସ୍ଵୀକାର କରିଥିବା ପୁଲିସ ପ୍ରକାଶ କରିଛି।

Post a Comment