କୋରାପୁଟ : (ଆଜତକ୍ ଓଡ଼ିଶା) କୋରାପୁଟ ଜିଲ୍ଲାର ସ୍ଥାନୀୟ ଗାନ୍ଧୀନଗର ସ୍ଥିତ ଶ୍ରୀ ଶ୍ରୀ ସଙ୍କଟମୋଚନ ହନୁମାନ ଓ ଶ୍ରୀ ରାଧାକୃଷ୍ଣଙ୍କର ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ସୁରୁଖୁରୁରେ ମହାଆଡମ୍ବରରେ ଆଜି ପାଳିତ ହୋଇଯାଇଅଛି । ଏହି ଉପଲକ୍ଷେ ଦିବା ଘ.୧୨.୪୩ମି. ସମୟରେ ଠାକୁରଙ୍କ ଆଗମନ ମହାସ୍ନାନ, ଜୀବନ୍ୟାସ, ମଣ୍ଡପ ବିଜେ ଓ ନାମ ସଂକୀର୍ଣ୍ଣନ ଉତ୍ସବ ସୁରୁଖୁରୁରେ ସମ୍ପାଦିତ ହୋଇଅଛି । ଆସନ୍ତା କାଲି ଗୁରୁବାର ଦିବା ଘ.୨.୧୫ମି. ସମୟରେ ଠାକୁରଙ୍କ ରତ୍ନ ସିଂହାସନ ବିଜେ କାର୍ଯ୍ୟକ୍ରମ ତଥା ଅପରାହ୍ନ ଘ.୪.୨୧ମି. ସମୟରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଏବଂ ପ୍ରସାଦ ସେବନ କାର୍ଯ୍ୟକ୍ରମ ଦିବା ୧୨ଘଣ୍ଟା ସମୟରେ ରହିଥିବା ମନ୍ଦିର ପରିଚାଳନା କମିଟି ତରଫରୁ ସୂଚନା ପ୍ରଦାନ କରାଯାଇଅଛି । ଆଜି ଏହି କାର୍ଯ୍ୟକ୍ରମରେ ମନ୍ଦିର ପରିଚାଳନା କମିଟି ବରିଷ୍ଠ ସଭ୍ୟ ଶ୍ରୀ ମିତ୍ର ପ୍ରସାଦ ସାହୁ, ଶ୍ରୀ ରାମ ପ୍ରସାଦ ସାହୁ, ଆକାଶ ସାହୁ,କମଲେଶ ସାହୁ,ଶ୍ରୀ ଚିତ୍ତରଞ୍ଜନ ସ୍ୱାଇଁ, ଶ୍ରୀ ସୁରେଶ ରଥ, ଶ୍ରୀକାନ୍ତ ମିଶ୍ର, ପି. ମୁରଲୀ, ଶ୍ରୀକାନ୍ତ ମିଶ୍ର, ଆଚାର୍ଯ୍ୟ ଭାଇନା, ମାନସରଞ୍ଜନ ପାତ୍ର, ରବି, ମାମା, ଚନ୍ଦ୍ର, ବୁଲୁ, ତ୍ରିନାଥ ପଟ୍ଟନାୟକ, ସନ୍ତୋଷ କୁମାର ସାହୁଙ୍କ ବହୁ ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିବା ସହ ଭଗବାନଙ୍କ ସାନିଧ୍ୟ ଲାଭ କରିଥିବା ଦେଖିବାକୁ ମିଳିଅଛି । ଏହି ପ୍ରତିଷ୍ଠା ଉତ୍ସବରେ କୋରାପୁଟ ତଥା ଆଖପାଖ ଅଞ୍ଚଳର ବହୁ ଭକ୍ତ ତଥା ଶ୍ରଦ୍ଧାଳୁ ଯୋଗ ଦେଇ ଭଗବାନଙ୍କ ଆଶୀଷ ତଥା କୃପା ଲାଘବ କରିଥିବା ସହ ବେଶ୍ ଖୁସିଥିବା ଦେଖିବାକୁ ମିଳିଥିଲା ।

Post a Comment