ମାଲକାନଗିରି (ଆଜତକ ଓଡ଼ିଶା) ଆଜି ଓଡ଼ିଶାର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମାଟିଲଗ୍ନା ସାହିତ୍ୟ ସଂସଦ ଗତକାଲି ତାର ୧୦୦୦ତମ ଆଭାସୀ କବିତା ଆସର ଗୁଗଲ ମିଟ ମାଧ୍ୟମରେ ଆୟୋଜନ କରିଛି । ଅନୁଷ୍ଠାନର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଶୁଭ୍ରାଂଶୁ ଶେଖର ପାଢ଼ୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା କିଶୋର ଚନ୍ଦ୍ର ପ୍ରଧାନ ସଭାପତିତ୍ବ କରିଥିବା ବେଳେ ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟ କଟକର ସହକାରୀ ପ୍ରଫେସର ଡ. ଝରଣା ରାଣୀ ତ୍ରିପାଠୀ, କଟକର ବରିଷ୍ଠ ସମାଜସେବୀ ଶ୍ରୀମତୀ ଶର୍ମିଷ୍ଠା ନାଥ, ରାଜସ୍ଥାନ ରାଜ୍ୟ ପ୍ରକଳ୍ପ ପରିଚାଳକ ଶ୍ରୀଯୁକ୍ତ ସୁରେନ୍ଦ୍ର ନାଥ ନାୟକ, ବେଙ୍ଗୁଲୁରୁର କବୟିତ୍ରୀ ଶ୍ରୀମତୀ ସ୍ନେହ ମିଶ୍ର, କଟକର ବରିଷ୍ଠ କବୟିତ୍ରୀ ଶ୍ରୀମତୀ ଗୋପା ଦାସ ଓ ଡ. ସୁଶ୍ରୀ ସନ୍ଧ୍ୟା ମହାନ୍ତି ପ୍ରମୁଖ ଅତିଥି ଭାବରେ ଯୋଗଦାନ କରି କହିଥିଲେ ଗୋଟିଏ ଅନୁଷ୍ଠାନ ସହସ୍ରତମ ସାହିତ୍ୟ ଆସର କରିବା ନିଶ୍ଚିତ ଭାବରେ ବିରଳ । ଓଡ଼ିଆ ଭାଷା ସାହିତ୍ୟର ବିକାଶରେ ଏଭଳି ଅନୁଷ୍ଠାନ ମାନଙ୍କ ପ୍ରମୁଖ ଭୂମିକା ରହିଛି ଏବଂ ମାଟିଲଗ୍ନା ଏଭଳି ଏକ ମାଇଲ ଖୁଣ୍ଟ ଅତିକ୍ରମ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ସଭାପତି ତାଙ୍କ ଭାଷଣରେ ଓଡ଼ିଆ ଭାଷାକୁ ବିଶ୍ଵ ଦରବାରରେ ପହଞ୍ଚାଇବା ପାଇଁ ମାଟି ସଂକଳ୍ପ ବଦ୍ଧ ବୋଲି ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ମାଟିଲଗ୍ନା ପଶ୍ଚିମାଞ୍ଚଳ ପରିଚାଳକ ଶ୍ରୀଯୁକ୍ତ ଭଗବାନ ସିଂହ ମାଝୀ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ମୁଖ୍ୟ ପରିଚାଳକ ଶ୍ରୀଯୁକ୍ତ ନରସିଂହ ପ୍ରସାଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ହୋଇଥିବା କବିତା ଆସରରେ ସଂଯୋଜନା କରିଥିଲେ ଅଧ୍ୟାପିକା ସ୍ଵପ୍ନା ମହାନ୍ତି ଓ ଯମୁନା ଦାଶ ଏବଂ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ କଣ୍ଠ ଶିଳ୍ପୀ। ଉକ୍ତ ଆସରରେ ମମତା ସୁଆର, ମହାଦେବ ଶତପଥୀ, ଯୋଗେଶ୍ୱର ତାଣ୍ଡି, କମଳା ନାୟକ, ମୋହନ କୁମାର ଭଟ୍ଟ, ଜ୍ୟୋତି ପ୍ରଭା ପଟ୍ଟନାୟକ, ସୋମନାଥ ବେହେରା, ନୀଳ କାନ୍ତି ପଟ୍ଟନାୟକ, ନୁରାବତୀ ସାହୁ, ଶୁଭ୍ରାଂଶୁ ଶେଖର ପାଢ଼ୀ, ବାସନ୍ତୀ ସାହୁ, ଜ୍ୟୋତ୍ସ୍ନା ମୟୀ , ଲୀଳା ବତୀ ବେହେରା, ରଶ୍ମୀ ପାତ୍ର, ବାସନ୍ତୀ ଗୁରୁ, ଜୟ ପ୍ରଧାନ, ଦମୟନ୍ତୀ ନାଥ, ସଦାନନ୍ଦ ପଣ୍ଡା, ସୁଷମା ବେହେରା, ସନ୍ତୋଷିନୀ ନନ୍ଦ, ସାବିତ୍ରୀ ହୋତା, ସୁପ୍ରିୟା ମହାନ୍ତି, ସତ୍ୟନାରାୟଣ ମିଶ୍ର, ବାଣୀ ଭୂଷଣ ମହାନ୍ତି, ଭକ୍ତ ବନ୍ଧୁ ସାହୁ, ବଂଶୀଧର ବେହେରା, ବରୁଣ କୁମାର ସାହୁ, ଚନ୍ଦ୍ରକଳା ଦେବୀ, ହୀରା ବତୀ ସାହୁ, ଜୟନ୍ତୀ ପ୍ରଧାନ, କବିତା ଦେବତା, ଲୋକନାଥ ବେହେରା, ଡକ୍ଟର ନୀଳାଦ୍ରି ନାଥ ଜଗଦେବ, ପ୍ରସନ୍ନ କୁମାର ମେହେର, ପ୍ରତିମା ମହାରଣା, କବି କୁସୁମ ଗୌରବ ଘନଶ୍ୟାମ ଜେନା, ପୂର୍ଣ୍ଣଚନ୍ଦ୍ର ବେହେରା, ସୁବାସ ଚନ୍ଦ୍ର ତାରିଣୀ, ଡକ୍ଟର କିଶୋର ଚନ୍ଦ୍ର ତ୍ରିପାଠୀ, କୃଷ୍ଣଚନ୍ଦ୍ର ମହାପାତ୍ର, ନଳିନୀ ପ୍ରଭା ଦାସ, ସରିତା ନାଏକ, ଯମୁନା ଦାଶ, ସ୍ଵପ୍ନା ମହାନ୍ତି, ଡକ୍ଟର ସୁଶ୍ରୀ ସନ୍ଧ୍ୟା ମହାନ୍ତି, ଶର୍ମିଷ୍ଠା ନାଥ, ସ୍ନେହ ମିଶ୍ର, ଗୋପ ଦାଶ, ପ୍ରମୁଖ ଶତାଧିକ କବି କବୟିତ୍ରୀ କବିତା ପାଠ କରିଥିଲେ ।

Post a Comment