ସିନାପାଲି:୨୭/୦୩- ମଙ୍ଗଳବାର ଥିଲା ରଙ୍ଗର ପର୍ବ ହୋଲି । ଏହି ଅବସରରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସିନାପାଲି ଅଂଚଳରେ ପରସ୍ପରକୁ ରଙ୍ଗ ବୋଳି ସମସ୍ତେ ରଙ୍ଗୀନ ହୋଇ ଯାଇଥିବା ଦେଖିବାକୁ ମିଳିଥିଲା । ସକାଳୁ ବିଭିନ୍ନ ଛକରେ ରଙ୍ଗର ଆସର ଜମିଥିବା ବେଳେ ପରେ ପାରମ୍ପରିକ ବାଜାରେ ଏକ ଶୋଭାଯାତ୍ରା ମାଧ୍ଯମରେ ସହର ପରିକ୍ରମା କରାଯାଇଥିଲା । ଏ ବର୍ଷ ପ୍ରାୟତଃ ହର୍ବାଲ ରଙ୍ଗର ବ୍ଯବହାର ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ମାଆ ଭଉଣୀମାନେ ମଧ୍ଯ ରଙ୍ଗ ଖେଳରେ ମସଗୁଲ ଥିବା ଦେଖିବାକୁ ମିଳିଥିଲା । କିଛି ସ୍ଥାନରେ ରଙ୍ଗ ବଦଳରେ ଲୋକେ ଫୁଲ ଖେଳିବା ବେଶ ଆକର୍ଷଣୀୟ ଥିଲା । ଗଙ୍ଗାଧର ସାରସ୍ବତ ସମିତିର ସଦସ୍ଯମାନେ ସହରର ବୟୋଜୈଷ୍ଠଙ୍କ ଘରକୁ ଯାଇ ରଙ୍ଗ ବୋଲିବା ସହ ସେମାନଙ୍କ ଆଶୀର୍ବାଦ କାମନା କରିଥିଲେ । ସେହିପରି ସିନାପାଲି ଥାନାଧିକାରୀଙ୍କ ଉଦ୍ଯମରେ ଥାନା ପରିସରରେ ହୋଲିକୁ ନେଇ ସ୍ବତଂତ୍ର କାର୍ଯ୍ଯକ୍ରମର ଆୟୋଜନ କରାଯାଇଥିବା ବେଳେ ଏଥିରେ ଅଂଚଳର ବୁଦ୍ଧିଜୀବୀ ମାନେ ଯୋଗଦେଇ ଏହା ପୁଲିସ ଓ ସାଧାରଣ ଜନତା ମଧ୍ଯରେ ସୁସଂର୍ପକ ସ୍ଥାପନର ଏକ ସୁନ୍ଦର ଅବସର ବୋଲି ମତ ଦେଇଥିଲେ । ଭାଇଚାରାର ଏହି ପର୍ବକୁ ଶାନ୍ତିଶୃଙ୍ଖଳାର ସହ ସିନାପାଲି ଓ ଆଖପାଖ ଅଂଚଳରେ ଧୁମଧାମରେ ପାଳନ କରାଯାଇଥିବା ଦେଖିବାକୁ ମିଳିଛି ା
ନୁଆପଡ଼ା ଜିଲ୍ଲା ରୁ ପରମେଶ୍ବର ମେହେରଙ୍କ ରିପୋର୍ଟ
Post a Comment