କାର୍ଯ୍ୟନୁଷ୍ଠାନ ନହେଲେ ସମୁହ ଇସ୍ତଫା


କୋମନା: (ବିରବଲ ପ୍ରଧାନ) ନୂଆପଡା ଜିଲ୍ଲା କୋମନା ବ୍ଲକ ଅଧୀନ ଜଟଗଡ ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟରେ ଅନିୟମିତତା ଓ ୱାର୍ଡ ସଭ୍ୟସଭ୍ୟାଙ୍କୁ ଅଣଦେଖା କରୁଥିବା ସମ୍ପର୍କରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ୱାର୍ଡ ସଭ୍ୟାସଭ୍ୟ କୋମନା ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହାର ଉଚିତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ସମସ୍ତ ୱାର୍ଡ ସଭ୍ୟାସଭ୍ୟ ସମୂହ ଇସ୍ତଫା ଦେବୁ ବୋଲି ଚେତାବନୀ ଦେଇଥିଲେ। କିନ୍ତୁ ତଦନ୍ତ ପରେ ୱାର୍ଡ ସଭ୍ୟାସଭ୍ୟମାନଙ୍କୁ ମନାଇବା ପାଇଁ ବିଭାଗୀୟ ଅଧିକାରୀମାନେ ଆସି ରୁଦ୍ଧଦ୍ବାର ବୈଠକ କରୁଥିବା ଅଭିଯୋଗ ହେଉଛି। ସୂଚନା ମୁତାବକ ଜଟଗଡ ପଞ୍ଚାୟତରେ ସରପଞ୍ଚ ଦିବ୍ୟକାନ୍ତି ଜଗତ ପଞ୍ଚାୟତ କାର୍ଯ୍ୟାଳୟକୁ କେବଳ ମିଟିଂ ସମୟରେ ଆସିଥାନ୍ତି। ପଞ୍ଚାୟତର ଭନ୍ନୟନ କାର୍ଯ୍ୟ ସରପଞ୍ଚ ପ୍ରତିନିଧି ଠାକୁର ଜଗତ ବୁଝୁଛନ୍ତି। ସରପଞ୍ଚ ପ୍ରତିନିଧି ଜଗତ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ କାର୍ତ୍ତିକ ରଥ ନିଜ ମନମୁଖୀ କାର୍ଯ୍ୟ ଚଳାଇଛନ୍ତି । ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ଉପରେ ପଚାରିଲେ କୌଣସି ଉତ୍ତର ଦେଉନାହାନ୍ତି। କେଉଁ କାର୍ଯ୍ୟ ପାଇଁ କେତେ ଟଙ୍କା ଆସିଛି, କେଉଁ କାମ ପଚାରିଲେ ସବୁ ହେବାର ଅଛି ବୋଲି କିଛି କହିବା ପରିବର୍ତ୍ତେ ଓଲଟା ୱାର୍ଡ ସଭ୍ୟସଭ୍ୟଙ୍କୁ ଧମକ ଦେଉଛନ୍ତି। ପଞ୍ଚାୟତରେ କେତେ ଅନ୍ତାଦୟ ଓ ରାଶନ କାର୍ଡ ଅଛି କୌଣସି ମେମ୍ବରମାନେ ଜାଣିନାହାନ୍ତି। ପଞ୍ଚାୟତରେ ନ ରଖି ସରପଞ୍ଚ ଘରେ ଚାଉଳ ରଖି ବଣ୍ଟନ କରୁଥିବା ଅଭିଯୋଗ ହେଉଛି। ୨୦୨୩ରେ ଗ୍ରୀଷ୍ମ ଋତୁରେ ଅସ୍ଥାୟୀ ଚହଲା ଓ ଜଳଛତ୍ର ଖୋଲା ଯାଇଥିବା ପାଉଣା ଏଯାଏଁ ମିଳିନାହିଁ। ୨୧ଜଣ ହିତାକାରୀ ହରିଶ୍ଚନ୍ଦ୍ର ଯୋଜନାରୁ ବଂଚିତ ହୋଇଛନ୍ତି । ଏହି ସବୁ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ୱାର୍ଡ ସଭ୍ୟାସଭ୍ୟମାନଙ୍କୁ ଠିକା କାମ ଦେବୁ ତୁମର ଯେ କୌଣସି ଦରକାର କାର୍ଯ୍ୟ ମଧ୍ୟ କରିବୁ ବୋଲି ଅଧିକାରୀମାନେ ରୁଦ୍ଧଦ୍ବାର ସଭା କରି ଚାଳିଛନ୍ତି। କେତେଜଣ ୱାର୍ଡ ସଭ୍ୟାସଭ୍ୟମାନଙ୍କୁ ଠିକା କାମ ଦେବୁ ବୋଲି ବଶବର୍ତି କରିଥିବା ବେଳେ, ଏହି ସବୁର ଉଚ୍ଚସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ସମୂହ ଇସ୍ତଫା ଦେବୁ ବୋଲି ଚେତାବନୀ ଦେଇଛନ୍ତି। ଏ ସଂକ୍ରାନ୍ତରେ କୋମନା ଗୋଷ୍ଠି ଉନ୍ନୟନ ଅଧିକାରୀ ହିତାଂଶୁ ଶେଖର ସାମଲଙ୍କୁ ପଚାରିବାରୁ ଅଭିଯୋଗ ଅନୁଯାୟୀ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।

Post a Comment

Previous Post Next Post