ବିଦ୍ୟାଲୟର ଉନ୍ନତିରେ ବିଦ୍ୟାଳୟ ପରିଚାଳନା କମିଟି


ନୁଆପଡ଼ା (ବିରବଲ ପ୍ରଧାନ)ବିଦ୍ୟାଲୟଗୁଡ଼ିକ ଠିକ୍ ଚାଲିବ ବୋଲି ଆଉ ବାପାମାଆ ଅଭିଭାବକଙ୍କର ଭାଗିବାରୀତା ରହିବ ବୋଲି ସରକାର ମାଗଣା ତଥା ବାଧ୍ୟତାମୂଳକ ଶିକ୍ଷା ଅଧିକାର ଅଧିନିୟମ ୨୦୦୯ରେ ବିଦ୍ୟାଳୟ ପରିଚାଳନା କମିଟିକୁ ଜୋର ଦେଲେ । ତାପରେ ସବୁ ପ୍ରାଥମିକ ଆଉ ଉଚ୍ଚ ପ୍ରାଥମିକ ବିଦ୍ୟାଲୟ ରେ ପାଖାପାଖି ୧୫ ରୁ ୨୦ ଜଣ ଙ୍କୁ ନେଇ ଯେପରିକି ବିଦ୍ୟାଲୟର ପ୍ରଧାନ ଶିକ୍ଷକ, ବାପାମାଆ, ଅଭିଭାବକ, ଶିକ୍ଷାବିତ,ଆଶା, ଅଙ୍ଗନବାଡୀ କର୍ମୀ,ପଞ୍ଚାୟତ ପ୍ରତିନିଧି ଇତ୍ୟାଦିଙ୍କୁ ନେଇ ଗଠିତ ହେଉଛି ।ନିୟମ ଅନୁସାରେ ଏହି କମିଟି ବିଦ୍ୟାଲୟ ରେ ପ୍ରତି ପ୍ରତିମାସ ମିଟିଙ୍ଗକରି ସ୍କୁଲର ଭଲମନ୍ଦ ବୁଝିବେ ।ପରିଚାଳନା କମିଟି ନାଁରେ ଗୋଟିଏ ସଂଚୟ ଜମାଖାତା ଯେକୌଣସି ବ୍ୟାଙ୍କରେ ଖୋଲାଯାଇ ସେଥିରେ ସ୍କୁଲର ପ୍ରଧାନ ଶିକ୍ଷକ ଓ ପରିଚାଳନା କମିଟିର ସଭାପତିଙ୍କର ଦସ୍ତଖତରେ ପରିଚାଲିତହେବ,ଏହାରି ଭିତରେ ପାଖାପାଖି ପନ୍ଦର ବର୍ଷ ହୋଇଗଲାଣି, କିନ୍ତୁ କିଛି ସ୍କୁଲରେ ବିଦ୍ୟାଲୟ ପରିଚାଳନା କମିଟି ଆଗକୁ ଯାଇ କିଛି କିଛି ଆଖିଦୃଶିଆ କାମ କରୁଛନ୍ତି।ଉଦାହରଣ ଗୋଟିଏ କମିଟି ସମ୍ବଲପୁର ଜିଲ୍ଲା ଯୁଜୁମୁରା ବ୍ଲକର ବିରସିଂ ଗଡ଼ ଗ୍ରାମ ପଞ୍ଚାୟତ ଭିତର ବସିଆପଡା ଉଚ୍ଚ ପ୍ରାଥମିକ ବିଦ୍ୟାଲୟର କମିଟି । ୨୦୧୧ ଜନଗଣନା ଅନୁଯାୟୀ ୧୭୩୬ ଲୋକସଂଖ୍ୟା ଆଉ ୩ଟି ୱାର୍ଡ ଥିବାର ଏହି ଗାଁର ସ୍କୁଲ କମିଟିଥି ଏବେ ୧୯ ଜଣ ମେମ୍ବର ରହିଛନ ତାରି ଭିତରେ ମହିଲା ୬ ଜଣ । ଆଗକୁ ଜେମିତି ମେମ୍ବର ମାନଙ୍କୁ ମାସିକିଆ ସଭା ଆସିବାପାଇଁ କେତେ ମନଧରା ପଢୁଥିଲା ଆଉ ତଥାପି ନାଇଁ ଆସୁଥାଇ ବଲି ଘରକେ ଖାତା ନେଇକରିବି ଦସ୍ତଖତ କରାବାକେ ପଡ଼ୁଥିଲା, ଏବେ ସେମିତି କରିବାକୁ ପଡ଼ୁନାହିଁ। ଖବର ପାଇଲେ ସବୁ ସଭ୍ୟସଭ୍ୟା ସ୍କୁଲରେ ଆସିକରି ହାଜର ହେଉଛନ୍ତି । କମିଟିର ମୁଖିଆ ହିସାବେ ସଭାପତି ଅଶୋକ କୁମାର ମିର୍ଦ୍ଧା ସ୍କୁଲର ଯେନସି ବି କାମ କରିବାରେ ହେଉ ଆଗ ପଛ ନାଇଁ ଭାବିକରି ଆଗକେ ବାହାରୁଛନ୍ତି । ଅସଲ କଥା ହେଲା ଇନେ ସେବା ସଂସ୍ଥାଟେ କାମ କରୁଛେ ସେ ଗାଁରେ ମିଟିଂକରି ଲୋକ ମାନଙ୍କୁ ସଚେତନ କରି, କମିଟିର ସଭ୍ୟସଭ୍ୟା ମାନଙ୍କୁ ତାଙ୍କର ଭୂମିକା ଓ କର୍ତ୍ତବ୍ଯ ବାବଦରେ ତାଲିମ ଦେବାର ସାଙ୍ଗେ ସାଙ୍ଗେ ଜିଲ୍ଲା ବାହାରକେ ନେଇ ଅଲଗା ପରିଚାଳନା କମିଟି ସାଙ୍ଗେ ଏହି କମିଟିର ସଭ୍ୟସଭ୍ୟାଙ୍କୁ ମିଶାବାର ସୁଯୋଗ ସୃଷ୍ଟି କରୁଛେ । ଯଦ୍ବାରା ଏହି ମାନେ କାଣା କରୁଛନ ସେମାନେ ଜାନଲେ ଆଉ ସେମାନେ କାଣା କରୁଛନଏହି କମିଟି ଜାନଲେ ତ ଅନ୍ୟ ଜାଗାରୁ ଭଲ ଭଲ ତିନିଷ ଆନି ନିଜ ସ୍କୁଲରେ ଲଗାଉଛନ୍ତି । ମୋଟ୍ ଉପରେ ଦେଖିଲେ ପ୍ରତିମାସ ପରିଚାଲନା କମିଟିର ମିଟିଂ ତ ହେଉଛେ ତହିଁରେ ପୁଣି ପିଲାମାନଙ୍କର ଭିତରୁ ଯେନ୍ ପିଲାଟେ ଆର୍ ଟୁକେଲଟେ ଅଛନ ହେମାନେ ବି ବଡ ମାନକର ସାଙ୍ଗେ ସବୁଥର ବସୁଛନ ଆର ତାକର ସୁବିଧା ଅସୁବିଧା କହୁଛନ୍ତି । ଆଗରୁ ଇମାନେ ସଭାରେ ବସଲେ ବି କିଛି ନାଇଁ କହୁଥିଲେ ହେଲେ ଏବେ ବଡମାନେ ଏନତା ପରିବେଶଟେ ତିଆରି କରିଦେଇଛନଯେ ପିଲାମାନେ କ‌ଥା କହିବାବେ ସହଜ ଲାଗୁଛନ ।ସେମାନେ ତାଙ୍କର ବେଲର ଖାଇବା କଥା, ବହିପତ୍ର,ଡ୍ରେସ୍ ଠିକ୍ ସମିୟାଥି ନାଇଁ ମିଲବାର କଥା, ଶିକ୍ଷକ ଅଭାବର କଥା ଇତ୍ୟାଦି କହୁଛନ୍ତି । ଅଶୋକ ବାବୁଙ୍କ କହିବା ହିସାବେ ନୂଆଁ କମିଟି ଇ ଭିତରେ ଅନେକ କାମ କରବାକେ ଚେଷ୍ଟା କରିଛେ,ଆର୍ ସଫଳ ହେଇଛେ। ସେତାର ଭିତରେ ଆଗରୁ ପିଲାମାନେ ପାଇଖାନାର ଅଭାବ ଲାଗି ପାଖେ ଥିବା ବନ୍ଧକୁ ପଲଉଥିଲେ, ଝାଡା ଲାଗିଲେ ହେଲେ ଏବେ ପରିଚାଳନା କମିଟିର ଚେଷ୍ଟାରୁ ଆଜ୍ଞା ମାନଙ୍କ ଲାଗି ଗୁଟେ, ପୁଅ ପିଲାଙ୍କର ଲାଗି ଗୁଟେ ଆର୍ ଝିଅ ପିଲାଙ୍କର ଲାଗି ଗୁଟେ ସମସ୍ତଙ୍କର ଅଲଗା ଅଲଗା ତିନଟା ପାଇଖାନା ତିଆରି କରି ବ୍ୟବହାର ହେଉଛି । ଠିକ୍ ସେନତା ଅଲଗା ଅଲଗା ତିନଟା ପରିସ୍ରାଗାଇବି କରା ଯାଇଛେ ।ଭିନ୍ନକ୍ଷମ ଭାଇ ଭଉଣୀ ମାନଙ୍କ ସୁବିଧା ଲାଗି ଖାଇସାରିଲେ ହାତ ସଫାକରିବେ ବୋଲି । ପ୍ରତ୍ୟେକ ଶ୍ରେଣୀ ଆଗରେ ଗୋଟିଏ ଲେଖାଏଁ ମଇଲା ପକାବାର ଲାଗି ଡଷ୍ଟବିନ୍ ରଖା ହେଇଛେ ।ଶିକ୍ଷକ ଅଭାବକେ ଦେଖିକରି ପରିଚାଳନା କମିଟି ଗୁଟେ ଗୁଟେ ଅନୁମୋଦନ କ୍ରମେ ଦୁଇ ଜଣ ଶିକ୍ଷକ ବାହାରୁ ପଢେଇ ଆସୁଛନ,ତହିଁରୁ ଜଣେ କମ୍ କରି କିଛି ପଇସା ନେସନ ଯେନଟାକି ଅର୍ଥ ଅଭିଭାବକ ଦେସନ, ଆଉ ଆର ଜଣକ ମିଲିଟାରୀରେ ଥିଲେ ସେ ସେବା ଭାବି ପ୍ରତିଦିନ ପଢ଼ାଇ ଆଇସନ୍ ପ୍ରତି ଶନିବାର ସକାଳୁ ଆସିକରି ସେ ପିଲାଙ୍କୁ ଡ୍ରିଲ ବି କରାସନ୍ ।ଆହୁରି ବି ସ୍କୁଲ କମିଟିର ଚେଷ୍ଟାରେ ବିଦ୍ୟାଳୟ ପରିସରରେ ପିଜୁଳି,ଅମୃତଭଣ୍ଡା, କଦଳୀ, ଡାଲିମ୍ବ ଭଲି କିଛି ଗଛ ଲଗା ହେଇଛେ, ଯେନ୍ ଥିରୁ ପିଲାକୁ ଫଳମୂଳ,ପନିପରିବା ମିଳି ପାରୁଛେ । ପରିବେଶକେ ଶିଶୁ ଅନୁକୂଳ କରବାର ଲାଗି ଆହୁରି ଅନେକ ଗଛ ଲଗା ଯାଇଛେ ।ପିଲାମାନେ ଭଲ ପଢୁଛନ କି ନାଇଁ ଦେଖବାକେ ପରିଚାଳନା କମିଟି ପ୍ରଧାନ ଶିକ୍ଷକଙ୍କୁ କହିକରି ସବୁ ପିଲାଙ୍କର ଲାଗି ସାପ୍ତାହିକ ପରୀକ୍ଷା ନାଁରେ ଖାତା ଖଣ୍ଡେ ଖଣ୍ଡେ କରେଇଛନ ଆଉ ସାତ ଦିନେ ଥରେ ପରୀକ୍ଷା ପିଲେ ତାର ଉତ୍ତର ସେ ଖାତାରେ ଲେଖୁଛନ୍ ଆର୍ ଘରକେ ନେଇକରି ବାପାମାଆ ମାନଙ୍କର ଦସ୍ତଖତ କରି ଆନୁଛନ୍ । ।ଇତାର ବାହାରେ ଓଡିଶା ସରକାର ପ୍ରତି ପିଲାକେ ଯେନ୍ ଡାଏରୀ ଖଣ୍ଡେ ଖଣ୍ଡେ ଦେଇଛେ ସେଥିରେ ଘରୁ କରି ଆନବା ଲାଗି ପାଠ ଦେଉଛନ । ଆଉ ଯାହା ଅଛେ ତାହାକେ ଅବିଭାବକ କମିଟି ତଦାରଖ କରୁଛନ୍ । ପିଲାମାନେ ବ୍ଲକ ବା ଜିଲ୍ଲା ସ୍ତରରେ ହେଉଥିବା ବିଜ୍ଞାନ ମେଳା,ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ଭାଗ ନେବାର ସାଙ୍ଗେ ସାଙ୍ଗେ ଅଧାରୁ ପାଠଛଡା, ଅଂଚଲର ସଂସ୍କୃତି,ଶିକ୍ଷା କେ ନେଇକରି ନାଟକ ବି କରୁଛନ୍ତି ।ପ୍ରତିବର୍ଷ ସରସ୍ବତୀ ପୂଜା ଦିନ ବଡଭାରୀ କାର୍ଯ୍ୟକ୍ରମଟେ ହେଉଛି ଯେନ ସ୍କୁଲ ଛାଡିଥିବା ପିଲା, ଅଭିଭାବକ,କମିଟିର ସଭ୍ୟସଭ୍ୟା ସମସ୍ତେ ଆଇସନ୍, ପିଲାଙ୍କର ଭିତରେ ନାଚ,ଗୀତ ଇତ୍ୟାଦି ବିଭିନ୍ନ ପ୍ରତିଯୋଗିତା ହେସି, ଖାଇବାର ବ୍ୟବସ୍ଥା ହେସି । ଏଥିରେ ପିଲାମାନଙ୍କର ଅଂଶଗ୍ରହଣ କରାଇବାଟା ମୁଖ୍ୟ ଲକ୍ଷ୍ୟଥିସି । ମୀନା କ୍ୟାବିନେଟବି ଠିକ୍ ଭାବେ ଚାଲୁଛେ ଆଉ ଯିଏ ଯେନ୍ ମନ୍ତ୍ରୀ ଅଛେ ସେ ତାର କାମ ଠିକସେ କରୁଛେ । ମୋଟ୍ ଉପରେ ଦେଖିଲେ କମିଟିର ସବୁ ମେମ୍ବର ମାନଙ୍କର ଭିତରେ ଗୁଟେ ଆଗ୍ରହ ଅଛେ ଯେ ତାକର ଗାଁର ସ୍କୁଲକେ ଭଲ କରିବେ, ପିଲା କେନଥି ଗାଁର ସ୍କୁଲ ଛାଡି ବାହାରକେ ପଢିବାର ଲାଗି ନାଇଁଯିବେ ଆଉ ସେଥିର ଲାଗି ସ୍କୁଲର ଆଖି ଦୃଶିଆ ଅନେକ ପରିବର୍ତ୍ତନ ହେଇ ପାରିଛେ ଇ ବର୍ଷେ ଦୁଇ ବର୍ଷରେ ଭିତରେ । ଓଡିଶାର ଅନ୍ୟ ଗାଁ ମାନଙ୍କର ଲାଗି ନିହାତି ଭାବେ ଇଟା ଗୁଟେ ଉଦାହରଣ । ଅନ୍ୟ ମାନଙ୍କୁ ଇଟା ପ୍ରେରଣା ଯୋଗାବା ଯେ ସେମାନେବି ତାଙ୍କ ଗାଁ ସ୍କୁଲକେ ସୁନ୍ଦର କରିବେ ଆର ନିଜ ଗାଁର ସବୁ ପିଲା ସେ ଗାଁ ସ୍କୁଲରେ ପଢିବେ ।

Post a Comment

Previous Post Next Post