ସାତ ରଙ୍ଗ ନେଇ ଆସିଛି ହୋଲି


ରଙ୍ଗର ପର୍ବ ଏ ଆମ ପର୍ବ ହୋଲି ସାତରଙ୍ଗ ନେଇ ଆସିଛି

କୁଞ୍ଜ ବନ ଆଜି ଯେ ଯାଏ ଚହଲି ପ୍ରେମ ରଙ୍ଗେ ଉଛୁଳି ପଡୁଛି ।।

ଧରଣୀ ରାଣୀ ବିଛାଡିଚି ପଣତ ଦିଶେ ସବୁ ନାଲି ନାଲି

ଯମୁନା ଘାଟେ ଗୋପୀଙ୍କ ମେଳ ରାଧାକୃଷ୍ଣ ଖେଳିବେ ହୋଲି ।।

 କଳା କହ୍ନେଇ ହେଲେଣି ସଜେଇ କଳା ଅଞ୍ଜନ ଆଖିଏଁ ମାଖି

 ବୋଳିବେ ରାଧାଙ୍କୁ କମଳା ରଙ୍ଗେ ଏ ପ୍ରେମ ରଙ୍ଗ ରହିବ ସାକ୍ଷୀ ।।

 ସାତରଙ୍ଗ ଆଜି ହୋଇବ ରଙ୍ଗାରଙ୍ଗ ଧୋଇବ ରାଧାକୃଷ୍ଣ ପାଦ

 ରାଧାକୃଷ୍ଣ ହେବେ ଆଜି ରଙ୍ଗାୟିତ ବାରିବେ ପ୍ରେମ ରଙ୍ଗ ସ୍ୱାଦ ।।

ଝିଅ ବୋହୁ ଦେଲେଣି ହୁଳହୁଳି ତାଳି ମେଳଣ ପଡିଆ ଯାଏ ଉଛୁଳି

କେତେ ନାଚ ଗୀତ ଜମେ ପସରା ସାତରଙ୍ଗେ ହୁଏ ଗାଁ ଦାଣ୍ଡ ଧୂଳି ।।

 ଶ୍ରୀମାନ ତ୍ରିନାଥ ପଟ୍ଟନାୟକ (ଅଧ୍ୟାପକ, କଵି ତଥା ପ୍ରାବନ୍ଧିକ) At- ଗାନ୍ଧୀ ନଗର, ଶିକ୍ଷକ କଲୋନୀ ପୋ:/ ଜିଲ୍ଲା - କୋରାପୁଟ ମୋ: ୯୪୩୮୩୬୨୧୭୨

Post a Comment

Previous Post Next Post