ଭଇଷା ଗ୍ରାମରୁ ନକଳି ନୋଟ ଜବତ


ବଲାଙ୍ଗିର ୨୭/୦୩ (ଗଣେଶ ଦାସ) ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଭଇଁଷା ଗ୍ରାମରେ ଲକ୍ଷାଧିକ ନକଲି ୫୦୦ ଟଙ୍କିଆ ନୋଟ ଜବତ ହୋଇଥିବାବେଳେ ଦୁଇଜଣ ଅଭିଯୁକ୍ତ କୁ ପାଟଣାଗଡ଼ ପୋଲିସ ଗିରଫ କରିଛି ।
 
ସୂଚନାନୁଯାୟୀ ଗତ ଶୁକ୍ରବାର ଗ୍ରାମରେ ଭଗବାନଙ୍କ ନାମ ସଙ୍କିର୍ତନ ଚାଲିଥିବା ବେଳେ ୫୦୦ ଟଙ୍କିଆ ନକଲି ନୋଟ ଗୋଟିଏ ଦୋକାନ ରେ ଚଳପ୍ରଚଳ କରୁଥିବା ସମୟରେ ସ୍ଥାନୀୟ ସରପଞ୍ଚ ନୋଟକୁ ଦେଖି ନକଲି ନୋଟ ସନ୍ଦେହ କରି ପାଟଣାଗଡ଼ ପୋଲିସ କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପାଟଣାଗଡ ପୋଲିସ ପହଞ୍ଚି ଭଇଁସା ଗ୍ରାମର ବରୁଣ ପାନୁଅନ ଘରେ ଚଢାଉ କରି ୨୭୪ ଟି ନକଲି ୫୦୦ ଟଙ୍କିଆ ନୋଟ , କମ୍ପ୍ୟୁଟର , କଲର ପ୍ରିଣ୍ଟର , ନକଲି ନୋଟ ପାଇ ବ୍ୟବହାର କରୁଥିବା ପେପର ଓ ବ୍ୟବହୃତ ସାହି ଜବତ କରି ପାଟଣାଗଡ଼ ଥାନାକୁ ଆଣିଥିଲେ । ଘଟଣା ର ଅଧିକ ତଦନ୍ତ କରିବା ପରେ ଦେଓଗାଁ ଥାନା ବୁଡାବାହଲ ଗ୍ରାମର ରୋହିତ ବସ୍ତିଆ ନକଲି ନୋଟ ରାକେଟ ରେ ସମ୍ପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଥିଲା । ଉକ୍ତ ଘଟଣାରେ ଦୁଇଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଘଟଣାରେ ଆଉ କେତେ ବ୍ୟକ୍ତି ବିଶେଷ ସମ୍ପୃକ୍ତ ଅଛନ୍ତି ତାହା ତଦନ୍ତ କରୁଥିବା ପାଟଣାଗଡ଼ ଏସଡ଼ିପିଓ ସଦାନନ୍ଦ ପୁଝାରୀ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି ।

Post a Comment

Previous Post Next Post