ଭିଜିଲାନ୍ସ ହାତରେ ରାଜସ୍ବ ବିଭାଗ ସ୍ବତନ୍ତ୍ର ଅଧିକାରୀ


ନୁଆପଡ଼ା (ବିରବଲ ପ୍ରଧାନ) ନୂଆପଡା ଜିଲ୍ଲା ରାଜସ୍ୱ ବିଭାଗସ୍ବତନ୍ତ୍ର ଅଧିକାରୀ ଲାଞ୍ଚ ନେଉଥିବା ବେଳେ ଗୁରୁବାର ଭିଜିଲାନ୍ସ ବିଭାଗ ହାତରେ ଧରା ପଡିଛନ୍ତି । ଅଧିକାରୀ ଜଣକ ହେଲେ ନରେନ୍ଦ୍ର କୁମାର ଚ଼ନ୍ଦ୍ରକାର ବୋଲି ଜଣା ପଡିଛି । ସୂଚନା ମୁତାବକ ନୂଆପଡା ରାଜସ୍ୱ ବିଭାଗ ରେ ମୁଖ୍ୟ କିରାଣି ରୁ ଅବସର ପରେ ସେହି ବିଭାଗରେ ସ୍ବତନ୍ତ୍ର ଅଧୁକାରୀ ଭାବରେ କାର୍ଯ୍ୟରତ ଥିଲେ । ସେ ଜମିଜମା ମାମଲାରେ ଜଣେ ବ୍ୟକ୍ତିଙ୍କୁ ୩୦ ହଜାର ଦାବି କରିଥିଲେ । ତେବେ ଏନେଇ ବ୍ୟକ୍ତି ଜଣକ ନୂଆପଡ଼ା ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ପୂର୍ବ ଯୋଜନା ମୁତାଦକ ବ୍ୟକ୍ତି ଜଣକ ଚନ୍ଦ୍ରକାରଙ୍କୁ ଟଙ୍କା ଦେବା ପାଇଁ ରହିଥିଲେ । ଚନ୍ଦ୍ରକାର ସନ୍ଧ୍ୟା ପ୍ରାୟ ୭ ଟା ସମୟରେ ସେ ବ୍ୟକ୍ତିଙ୍କୁ ଜିଲ୍ଲାପାଳ କାର୍ଯ୍ୟାଳୟ କାଫେ ପାଖକୁ ଡକାଇଥିଲେ । ସେହି ସମୟରେ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ କର୍ମଚାରୀ ମାନେ ମାଡି ବସିଥିଲେ । ସରକାରୀ କାର୍ଯ୍ୟାଳୟ ଓ ଖରିଆର ରୋଡ ସ୍ଥିତ ତାଙ୍କ ବାସ ଭବନକୁ ଚଢ଼ାଉ ଜାରି ରହିଛି । ଚଢ଼ାଉ ସମୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିନବନ୍ଧୁ ବେହେରା,ଭବାନିପାଟଣା ଭିଜିଲେନ୍ସ ବିଭାଗ ଇନିଷ୍ପେକ୍ଟର ପ୍ରମିଳା ସୁନା,ଆଲୋକ ମହାପାତ୍ର, ସନ୍ତୋଷ କୁମାର ମହାନ୍ତି, ଶିବପ୍ରସାଦ ପ୍ରଧାନ ପ୍ରମୁଖ ସାମିଲ ଥିଲେ ।

Post a Comment

Previous Post Next Post