ବିଶ୍ୱ କବିତା ଦିବସ

   

 *ତ୍ରିନାଥ ପଟ୍ଟନାୟକ*
   *(ଯୁବ କବି ତଥା ଅଧ୍ୟାପକ)*

ମନରେ ଅସୀମ ଆନନ୍ଦ ଉତ୍ପନ
   କରଇ ବହୁ କବିତା ଯେ ଗାନ
ଆଜିର ଦିବସେ କବି କବିତାଙ୍କୁ
    ଜଣାଏ ଅଶେଷ ଅଭିନନ୍ଦନ ।।

ମନ ଗହନେ ଏଇ ହୃଦୟ ମଧ୍ୟେ
   ଆପେ ଯେ ହୋଇ ଆସିଯାଏ ବସି
ପ୍ରେମୀଙ୍କ ହୃଦୟେ ବିଜଡିତ ହୋଇ
   କରି ଦିଏ ମନ ଆନନ୍ଦ ଖୁସି ।।

ଦ ଏପିକ ଅଫ୍ ଗିଲଗମସ ଟି
   ପ୍ରଥମ କବିତା ହୋଇଛି ନାମେ
ରୁକ୍ ବେଦ ଠାବେ କବିତାର ସୃଷ୍ଟି
   ପ୍ରଥମେ ଯେ ବିଖ୍ୟାତେ ହିନ୍ଦୁ ଧର୍ମେ ।।

ସ୍ପନ୍ଦନର ସ୍ପର୍ଶ ଯାଦୁ ବାରି ହୁଏ
    ସାଉଁଟି ଆସେ କେତେ ଗୁଣବତ୍ତା
ମନ ବେଦନା ପଢି ହୁଏ ଯେଉଁଠି
   ତୃପ୍ତି ଲଭି ହୁଏ ପଢି କବିତା ।।

କବି ଲେଖନୀରୁ ହୁଏ ଆବିସ୍କୃତ
  ବିଶ୍ୱକର୍ମାଙ୍କର ନିହାଣ ମୂନ
ପରିପ୍ରକାଶ ହୋଇଉଠେ କବିତା
  ଅର୍ଥେ କବିଙ୍କ ଭାବ ରୋମଞ୍ଚନ ।।

  *ତ୍ରିନାଥ ପଟ୍ଟନାୟକ*
   *ଯୁବ କବି ତଥା ଅଧ୍ୟାପକ*
  *ଗ୍ରାମ-ଗାନ୍ଧୀ ନଗର*
    *ପୋ:/ଜିଲ୍ଲା: କୋରାପୁଟ*
    *ମୋ:୯୪୩୮୩୬୨୧୭୨*

Post a Comment

Previous Post Next Post