ନୂଆପଡ଼ା (ବିରବଲ ପ୍ରଧାନ) ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ କଂଗ୍ରେସ ପକ୍ଷରୁ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ସହ ୫ ଜଣ ଆଶାୟୀ ରହିଛନ୍ତି । ଦଳ କାହାକୁ ପ୍ରାର୍ଥୀ କରିବ ଷ୍ପଷ୍ଟ ହୋଇନଥିବାବେଳେ ଶ୍ରୀ ପଟ୍ଟନାୟକ ପ୍ରତିଦ୍ଵନ୍ଦିତା କରିବେ ବୋଲି ଜିଲ୍ଲା ସଭାପତି ସୂଚନା ଦେଇଛନ୍ତି। ଅପରପକ୍ଷେ, ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଦଳୀୟ ଟିକେଟ୍ ନପାଇଲେ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ହସ୍ତଗତ ସୂଚନା ଅନୁସାରେ, ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପଟ୍ଟନାୟକ ଗୁରୁବାର ଦିଲ୍ଲୀରୁ ଆସି ନୂଆପଡ଼ାରେ ପହଞ୍ଚିଛନ୍ତି। ରାତିରେ ନୂଆପଡ଼ାରେ ରହିବା ସହ ଶୁକ୍ରବାର ସେଠାରେ ଏକ ଦଳୀୟ ବୈଠକରେ ଯୋଗଦେବେ ।ବୈଠକରେ ଆଗାମୀ ନିର୍ବାଚନ ପରିପ୍ରେକ୍ଷୀରେ ନୂଆପଡ଼ା ଓ ଖଡ଼ିଆଳ ବିଧାନସଭା ନିର୍ବାଚନମଣ୍ଡଳୀ ଉପରେ ଆଲୋଚନା ହେବ ।ଏହି ନିର୍ବାଚନମଣ୍ଡଳୀରେ ଶ୍ରୀ ପଟ୍ଟନାୟକଙ୍କ ସହ ପୂର୍ବ ଜିଲ୍ଲା ସଭାପତି ଘାସିରାମ ମାଝୀ, ଜିଲ୍ଲା ପରିଷଦ ସଭ୍ୟ ଭରତଲାଲ ରାଉତ, ନୀଳାଚଳ ମହାନନ୍ଦ ସହ ୫ ଜଣ ଟିକେଟ୍ ଦୌଡ଼ରେ ରହିଛନ୍ତି। ତେବେ, ଶ୍ରୀ ପଟ୍ଟନାୟକ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ଅନ୍ୟପକ୍ଷରେ, ଚଳିତ ନିର୍ବାଚନ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଢୋଲକିଆଙ୍କ ପାଇଁ ଚାଲେଞ୍ଜ ହୋଇପଡ଼ିଛି। ନିଜ ଦଳର ନେତା ବିରୋଧ କରୁଥିବାରୁ ତାଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି। ଯଦି ରାଜ୍ୟରେ ମେଣ୍ଟ ହେବ ତା' ହେଲେ ଏହି ବିଧାନସଭା ବିଜେପି ହାତକୁ ଯିବ ବୋଲି ବର୍ତମାନ ଚର୍ଚ୍ଚା ହେଉଛି। ମେଣ୍ଟ ନ ହେଲେ ବିଜେଡି ଲଢ଼ିବ, କିନ୍ତୁ ଶ୍ରୀ ଢୋଲକିଆଙ୍କୁ ଟିକେଟ୍ ମିଳିବା ସହଜ ହେବନାହିଁ। ଟିକେଟ୍ ନ ପାଇଲେ ସେ ସ୍ବାଧୀନ ଭାବେ ପ୍ରତିଦ୍ବନ୍ଦିତା କରିବେ ବୋଲି ତାଙ୍କ ନିକଟତମ ମହଲରୁ ପ୍ରକାଶ ।

Post a Comment