ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ର ଗଣ୍ଡାବାହଲି ଗ୍ରାମ ର ମୁଖ୍ୟ ରାସ୍ତା ରେ ଅଦିନିଆ ବର୍ଷା ପାଣି ରେ ଏବେ ମୁଖ୍ୟ ରାସ୍ତା ରେ ପାଣି ଲହଡ଼ି ଭାଙ୍ଗୁଛି । ଏହି ମୁଖ୍ୟ ରାସ୍ତା ରେ ପ୍ରତି ଦିନ ଲୋକେ ଯିବା ଆସିବା ସହ ଦୁଇ ଚକିଆ ଗାଡି ଟୁ ବସ, ଟ୍ରାକ୍ଟର, ଟ୍ରକ, କାର ଯାନବାହାନ ଗୁଡିକ ଏହି ରାସ୍ତା ରେ ଯାଇ ଥାଏ । ପ୍ରତି ଦିନ ଛାତ୍ର ଛାତ୍ରୀ ବିଦ୍ୟାଳୟ କୁ ଯିବା ଆସିବା କରିଥାନ୍ତି । ଜମି ଥିବା ପାଣି ନିଷ୍କାସନ ହେଉନଥିବାରୁ ଲୋକ ମାନଙ୍କୁ ବହୁତ ଅସୁବିଧା ହେଉଛି । କିଛି ସମୟ ରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି । ରାସ୍ତା ରେ ଡ୍ରେନ ବ୍ୟବସ୍ଥା ଦୀର୍ଘ ଦିନ ଟୁ ପ୍ରଶାସନ କରୁନାହିଁ । ଯାହା ଫଳରେ ଦୃଗନ୍ଧ ପାଣି ହେତୁ ସ୍ଥାନୀୟ ଜନସାଧାରଣ ନାହିଁ ନ ଅସୁବିଧା ଭୋଗୁଛନ୍ତି । ଓ ଘର ର ଅଳିଆ ଆବର୍ଜନ ପାଣି ରାସ୍ତା ରେ ଛାଡ଼ୁଛନ୍ତି । ଠାକୁରାଣୀ ଛକ, ତାରିଣୀ ମନ୍ଦିର ଛକ, ଦୁର୍ଗା ପୂଜା ମଣ୍ଡପ ଛକ, ଜଗନ୍ନାଥ ମନ୍ଦିର ଛକ,ସ୍ଥାନୀୟ ପାଖରେ ପାଣି ଜମୁ ରହୁଛି । ଯାହା ଫଳରେ ମଶା, ମାଛି,ବୃଦ୍ଧି ପାଇଁ ରୋଗ ବ୍ୟପିବାର ଭୟ ଥିବା ରୁ ରାସ୍ତା ରେ ଜମି ଥିବା ପାଣି କୁ ପରିଷ୍କାର କରିବା ପାଇଁ ସ୍ଥାନୀୟ ଲୋକେ ଦାବୀ ହେଉଛି । ତେବେ ଅଳ୍ପ ବର୍ଷା ରେ ପାଣି ଜମୁ ଥିବା ବେଳେ ବର୍ଷା ଋତୁ ରେ ସ୍ଥିତି ଅସମ୍ଭlଳ ହେବା ଆଶଙ୍କଳ ପ୍ରକାଶ ପାଉଛି ।
ନୂଆପଡା ଜିଲ୍ଲା ରୁ ପରମେଶ୍ବର ମେହେରଙ୍କ ରିପୋର୍ଟ
Post a Comment