ନୂଆପଡ଼ା (ବିରବଲ ପ୍ରଧାନ)ନୂଆପଡା ଜିଲ୍ଲା ଖରିଆର ରେ ସକାଳ ୮ ଟାରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ଵବିଦ୍ୟାଳୟ ,ଖଡ଼ିଆଳ ଶାଖା ରେ ଶିବରାତ୍ରି ମହୋତ୍ସବ ପାଲନ ହୋଇଯାଇଛି । ଏହି ଅବସରରେ ବ୍ରହ୍ମା କୁମାରୀ ସୁର୍ଯ୍ୟକାନ୍ତି ଭଉଣୀ ଶିବରାତ୍ରିର ଆଧ୍ୟାତ୍ମିକ ରହସ୍ୟ ବର୍ଣ୍ଣନା କରିଥିଲେ ।ସେ କହିଲେ କି ନିରାକାର ଶିବ ପରମାତ୍ମା ହିଁ ମଣିଷ କୁ ଅଜ୍ଞାନ ଅନ୍ଧକାରରୁ ମୁକ୍ତ କରି ଜ୍ଞାନ ର ଆଲୋକ ପ୍ରଦାନ କରି ସୁଖ ଓ ଶାନ୍ତି ପ୍ରଦାନ କରନ୍ତି। ଖଡ଼ିଆଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ବିରସେନ ବେହେରା ମହୋଦୟ ତାଙ୍କର ବକ୍ତବ୍ୟ ରେ ଏହି ସଂସ୍ଥା ସମସ୍ତ ଙ୍କୁ ପ୍ରକୃତ ଜ୍ଞାନ ଦେଇ ପାଞ୍ଚ ବିକାର ରୁ ମୁକ୍ତ କରି ସୁଖ ର ରାସ୍ତା ଦେଖାଉଛି ବୋଲି କହିଥିଲେ। ତାପରେ ବିଡ଼ିଓ ମହୋଦୟ ଙ୍କ ଦ୍ୱାରା ଶିବଝଣ୍ଡା ଉତ୍ତୋଳନ କରାଯାଇଥିଲା। ସମସ୍ତେ ଝଣ୍ଡା ତଳେ ନିଜ ସହିତ ଅନ୍ୟ ମାନଙ୍କୁ ସତମାର୍ଗରେ ନେବା ପାଇଁ ଶପଥ କରିଥିଲେ। ଅନେକ ବ୍ରହ୍ମାକୁମାର ଭାଇ ଓ ଭଉଣୀମାନେ ଯୋଗ ଦେଇଥିଲେ ।
ଓଁ ଶାନ୍ତି ଖରିଆର ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ଵ ବିଦ୍ୟାଳୟ
ଆଜତକ ଓଡ଼ିଶା
0
Post a Comment